ମାଁ ସମଲେଶ୍ବରୀ ମନ୍ଦିରକୁ ପହଞ୍ଚିଲା ନୂଆଁଧାନ


ସମ୍ବଲପୁର-୧୬/୦୯ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆଁଧାନ । ମାଁ ସମଲେଇ ଙ୍କ ଠାରେ ଲାଗି ହେବାକୁ ଥିବା ନୂଆଁଖାଇ ରେ ନବାନ୍ନ ପାଇଁ ଏହି ନୂଆଁ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଆଣି ମନ୍ଦିର ର ମୁଖ୍ଯ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଏହି ନୂଆଁଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବା ସହ ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ । ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ ହେବ । ତେବେ ୬୦ ଦିନରେ ଉତ୍ପାଦନ ହେଉଥିବା ଧାନ ପାଇଁ ଵଲବସପୁର ର ସୁବାଷ ବେହେରାଙ୍କ ପରିବାର ଚାଷରେ ଲାଗିପଡିଥାନ୍ତି । ୬ ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି । ତେବେ ଆଜି ଏହି ଧାନ ସୁବାସ ଆଣି ମନ୍ଦିର ର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ପ୍ରଦାନ କରିଛନ୍ତି । ଗଣେଷ ପୂଜା ଦିନ ପୂଜକଙ୍କ ପରିବାରର ମହିଳାମାନେ ଏଥିରୁ ଚାଉଳ ବାହାର କରି ତାକୁ ଗୁଣ୍ଡ କରି ମା ଇଷ୍ଟଦେବି ଙ୍କ ପାଖରେ ଭୋଗ ଲାଗିବ ।