Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଇନାଲ୍ ପୂର୍ବରୁ ଭାରତୀୟ ଦଳକୁ ଝଟକା, ବାଦ୍ ପଡ଼ି ପାରନ୍ତି ଅକ୍ଷର ପଟେଲ୍, ଏହି ବୋଲରଙ୍କୁ ଡକରା

କଲୋମ୍ବୋ: ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହା ପୂର୍ବରୁ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର। ରିପୋର୍ଟ ଅନୁଯାୟୀ, ବାଂଲାଦେଶ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲ ଆହତ ହୋଇଛନ୍ତି ଏବଂ ଫାଇନାଲ୍ ମ୍ୟାଚରୁ ବାଦ୍ ପଡ଼ି ପାରନ୍ତି। ଏମିତି ସ୍ଥିତିରେ ଓ୍ଵାଶିଂଟନ ସୁନ୍ଦରଙ୍କୁ ଦଳରେ ଶୀଘ୍ର ଯୋଗ ଦେବାକୁ କୁହାଯାଇଛି। ସୁନ୍ଦର ଅକ୍ଷର ପଟେଲଙ୍କ ବଦଳ ଖେଳାଳି କିମ୍ବା ବ୍ୟାକ୍ ଅପ୍ ଖେଳାଳି ଭାବେ ଦଳରେ ଯୋଗ ଦେବେ। କ୍ରିକବଜର ରିପୋର୍ଟ ଅନୁଯାୟୀ, ଓ୍ଵାଶିଂଟନ ସୁନ୍ଦର ରବିବାର ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍ ଫାଇନାଲ୍ ପାଇଁ କଲୋମ୍ବୋରେ ଭାରତୀୟ ଦଳରେ ଯୋଗ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଶୁକ୍ରବାର ଭାରତ ବାଂଲାଦେଶ ବିପକ୍ଷରେ ସୁପର-୪ର ଶେଷ ମ୍ୟାଚ୍ ଖେଲିଥିବା ବେଳେ ରବିବାର ଶ୍ରୀଲଙ୍କା ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିବ। ଯଦି ଅକ୍ଷର ପଟେଲ୍ ମ୍ୟାଚ୍ ପାଇଁ ଫିଟ୍ ନ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ।

ସୁନ୍ଦର ଭାରତର ଏସୀୟକ କ୍ରୀଡ଼ା ଦଳର ଅଂଶ ରହିଛନ୍ତି ଏବଂ ସଂପ୍ରତି ବେଙ୍ଗାଲୁରୁରେ ଅଛନ୍ତି। ଫାଇନାଲ୍ ମ୍ୟାଚ୍ ପରେ ସେ ପୁଣି ଏସୀୟ କ୍ରୀଡ଼ା ପାଇଁ ଘୋଷିତ ଭାରତୀୟ ଦଳରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ବେଙ୍ଗାଲୁରୁରେ ଚାଲିଥିବା ଶିବିର ଚୀନର ହାଙ୍ଗଝୁରେ ଏସୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ସୁନ୍ଦର ଭାରତ ପାଇଁ ନିଜର ଶେଷ ଦିନିକିଆ ମ୍ୟାଚ୍ ଚଳିତ ବର୍ଷ ଆରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ।

ଓ୍ଵାଶିଂଟନ ସୁନ୍ଦର କଲୋମ୍ବୋ ବାହାରିବାର ସଙ୍କେତ ଭାରତର ଓ୍ଵିକେଟ୍ କିପର ବ୍ୟାଟର ଦିନେଶ କାର୍ତ୍ତିକ ମଧ୍ୟ ଦେଇଛନ୍ତି। କାର୍ତ୍ତିକ ଟୁଇଟ୍ କରି ଲେଖିଛନ୍ତି, ଓ୍ଵାଶିଂଟନ ସୁନ୍ଦର ବିମାନ ବନ୍ଦରରେ ମୋ ସହ ଦେଖା ହୋଇଥିଲା, ଅନୁମାନ କରନ୍ତୁ ସେ କେଉଁଠି କି ଯାଉଛନ୍ତି ?

ସୂଚନାଯୋଗ୍ୟ, ଅକ୍ଷର ପଟେଲ୍ ବାଂଲାଦେଶ ବିପକ୍ଷରେ ଉଲ୍ଲେଖନୀୟ ଇନିଂସ ଖେଳିଥିଲେ ହେଁ ଭାରତକୁ ବିଜୟୀ କରାଇ ପାରି ନଥିଲେ। ସେ ୩୪ ବଲରୁ ୩ ଚୌକା ଓ ୨ ଛକା ସହ ୪୨ ରନ କରିଥିଲେ। ବୋଲିଂରେ ୯ ଓଭରରେ ୪୭ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ