Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ହାଟ ବ୍ୟବସାୟୀ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ।

ଗୋପାଳପୁର,୧୬/୦୯ କନିସି ହାଟ ଠାରେ ଦୀର୍ଘ ବର୍ଷ ଧରି ରବିବାର ସାପ୍ତାହିକ ହାଟ ରେ ବ୍ୟବସାୟ କରୁଥିବା ବେପାରୀ ମାନଙ୍କୁ ପଞ୍ଚାୟତ ତରଫରୁ ଉଛେଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା।ଏଥି ନେଇ ବ୍ୟବସାୟୀ ମାନେ
କନିସି ଅଞ୍ଚଳ ର ଯୁବ ସମାଜସେବୀ ସୁବାଶିଷ ସାହୁ (ବଣ୍ଟି ) ଙ୍କୁ ବାସଭବନ ରେ ସାକ୍ଷାତ କରିବା ସହ ନିଜର ସମସ୍ୟା ବିଷୟରେ ଅବଗତ କରାଇଥିଲେ । ସମାଜସେବୀ ସୁବାଶିଷ ଏହି ବିଷୟ କୁ ନେଇ ରଙ୍ଗେଈଲୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଙ୍କ ସହ ଆଲୋଚନା କରିଥିଲେ। ନୂତନ ଭାବେ ନିର୍ମାଣ ହେଉଥିବା ସ୍ଥାନ ରେ ଚଃତୁର୍ପାଶ୍ୱ ରେ ପାଚେରୀ ନିର୍ମାଣ କରିବା, ଶୌଚାଳୟ ନିର୍ମାଣ କରିବା, ଖାଲ ଥିବା ଜମିକୁ ସମତୁଲ କରିବା ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ। ବିଡ଼ିଓ‌ ଶ୍ରୀ ରାୟ ଅଭିଯୋଗ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ସହ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ବ୍ୟବସାୟୀ ମାନଙ୍କୁ ଉଠାଇବା ନିର୍ଦ୍ଦେଶ କୁ ସ୍ଥଗିତ ରଖିବା ନେଇ ପ୍ରତିଶୃତି ଦେଇଥିଲେ। କନିସି ଉଠା ଦୋକାନୀ ବ୍ୟବସାୟୀ ସଙ୍ଘ ପକ୍ଷରୁ ସଭାପତି କୈଳାଶ ସାହୁ, ସନିଆ ଦାସ, ଟୁନା ସାହୁ, ମନୁ ଦାସ ଙ୍କ ସମେତ ସମସ୍ତ ଉଠା ଦୋକାନୀ ପରିବାର ତରଫରୁ ବିଡ଼ିଓ ଶ୍ରୀ ରାୟ ଏବଂ ସମାଜସେବୀ ସୁବାଶିଷ ସାହୁ ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି!

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories