Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ବେଳାଭୂମି ସ୍ବଚ୍ଛତା ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏନ ଏସ ଏସ ପକ୍ଷରୁ ବେଳାଭୂମି ସଫେଇ।

ଗୋପାଳପୁର,୧୬/୦୯ ଆନ୍ତର୍ଜାତୀୟ ବେଳାଭୂମି ସ୍ବଚ୍ଛତା ଦିବସ ପାଳନ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ବ୍ୟୁରୋ ପକ୍ଷରୁ ଗୋପାଳପୁର ବେଳାଭୂମିରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସଫେଇ ଅଭିଯାନକୁ ଆରମ୍ଭ କରିଥିଲେ। ଏଥିରେ ଏନଏସଏସ ବ୍ୟୁରୋ ଅଧିନରେ ଥିବା ୧୨ଟି କଲେଜରୁ ୧୫୦ ଜଣ ସ୍ବେଚ୍ଛାସେବୀ ଯୋଗଦେଇଥିଲେ। ଜନସାଧାରଣ ତଥା ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସଚେଚନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ବେଚ୍ଛାସେବୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଗୋପାଳପୁର ବସଷ୍ଟାଣ୍ଡରୁ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଗୋପାଳପୁର ବେଳାଭୁମିରେ ପହଞ୍ଚିଥିଲେ। ବସଷ୍ଟାଣ୍ଡ ଠାରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ପତାକା ଦେଖାଇ ଏହି ରାଲିକୁ ଶୁଭାରମ୍ଭ କରିଥିଲେ। ଏହାପରେ ଏନଏସଏସ ସ୍ବଚ୍ଛାସେବୀମାନେ ବେଳାଭୂମିକୁ ସଫା ରଖିବା ପାଇଁ ଏକ ମିଳିତଭାବେ ଶପଥପାଠ କରିଥିଲେ। ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଜାଙ୍କ ତତ୍ତ୍ବବଧାନରେ ଗୋପାଳପୁର ଉପକୁଳର ପ୍ରାୟ ଦୁଇ କିଲୋମିଟର ଲମ୍ବା ବେଳାଭୁମିକୁ ପ୍ଲାଷ୍ଟିକ ମୁକ୍ତ ତଥା ଅନ୍ୟାନ୍ୟ ଆବର୍ଜନା ସଫା କରିବା ପାଇଁ ସଫେଇ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ଏନଏସଏସ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୁଦାମ ଚରଣ ବିଶୋଇ, ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସତିଶ ନାୟକ, କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାଶ, ଢକ୍ଟର ଇତିଶ୍ରୀ ଗୀତା କୁମାରୀ, ଡକ୍ଟର ଶଙ୍କରଷଣ ମଲ୍ଲିକ, ମନିଷା ମିଶ୍ର, ଡକ୍ଟର ରାନୁମୟୀ ସିଂ, ଡକ୍ଟର ଚିତରଞ୍ଜନ ମଲ୍ଲିକ, ମନ୍ଦାକିନି ନାୟକ, ଏସ.ରୂପ ଲକ୍ଷ୍ମି, ସନ୍ତୋଷ କୁମାର ବେହେରା, ବାସୁଆ ମୁରଲିଧର, ସମିତା ସାହୁ ଓ ସୁନିତା ରାଣି ଜେନା ପ୍ରମୂଖ ଯୋଗ ଦେଇଥିଲେ। ଏନଏସଏସ ବିଭାଗୀୟ ଅଧିକାରୀ ସୁଶାନ୍ତ କୁମାର ସାହୁ, ସରିପା କୁମାର ପ୍ରଧାନ, ସୌମ୍ୟଶ୍ରୀ ସାହୁ କାର୍ଯ୍ୟକ୍ରମ ଆୟୋଜନ, ପରିଚାଳନା ଓ ସଂଯୋଜନାରେ ସହୟତା କରିଥିଲେ। ବେଳାଭୂମି ସଫେଇ ଅଭିଯାନରେ ବ୍ରହ୍ମପୁର ସ୍ମାତକତ୍ତୋର ବିଭାଗ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ କଲେଜ, ବ୍ରହ୍ମପୁର ସିଟି କଲେଜ, ନରେନ୍ଦ୍ର ପୁର କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ, ଡୁରା ରାମ ନାରାୟଣ ସ୍ମାତକ ମହାବିଦ୍ୟାଳୟ, ବ୍ରହ୍ମପୁର ନର୍ସିଂ କଲେଜ , ଗୋପାଳପୁର କଲେଜ, ଶିତଳାପଲ୍ଲୀ ସ୍ଥିତ ପାରାଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ, ବ୍ରହ୍ମପୁର ର ମହାମୟୀ ମହିଳା ମହାବିଦ୍ୟାଳୟ, ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ପ୍ରମୂଖ ଅନୁଷ୍ଠାନରୁ ସ୍ବେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories