ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅନ୍ତଃ ଜାତୀୟ ସମ୍ମିଳନୀ


ଗୋପାଳପୁର ୧୬/୯/୨୩ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆଜି ଦୁଇ ଦିନିଆ ଅନ୍ତଃ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମ ଜଳବାୟୁ ପରିବର୍ତନ ଓ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଦ୍ୱାରା ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଜଳବାୟୁ ପରିବର୍ତନ ଓ ବିପର୍ଯ୍ୟୟ କୁ ଲିଖିତ ପୁସ୍ତକରେ ପ୍ରକାଶନ କରିବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟବକ୍ତା ଭାବେ ଟାଟା ଷ୍ଟିଲ କମ୍ପାନୀର ଓଡିଶା ମୁଖ୍ୟ ଡ଼. ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇ ଜଳବାୟୁ ପରିବର୍ତନ ଦ୍ୱାରା ନାରୀ ଓ ଶିଶୁ ମାନେ କ୍ଷତିଗ୍ରସ୍ତ ହୋଉଥିବା କହିଥିଲେ l ସମ୍ମାନିତ ଅତିଥି ଭାବେ ଫ୍ରାନ୍ସର ଲୋକାସ ମାର୍ଗନ ଯୋଗ ଦେଇ ଜଳବାୟୁ ପରିବର୍ତନ ସହିତ ମଣିଷ ନିଜକୁ ଖାପ ଖୁଆଇବାକୁ ପରାମର୍ଶ ଦେଇଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍କଟଲାଣ୍ଡର ଲୋରେନ ମାର୍କଲଏଣ୍ଡ ଯୋଗ ଦେଇ ପାକୃତିକ ଦୃବିପାକ ସମୟରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ l ଅର୍ଥନୀତି ବିଜ୍ଞାନ ବିଭାଗର ମୁଖ୍ୟ ତଥା ଜଳବାୟୁ ପରିବର୍ତନ ଓ ବିପର୍ଯ୍ୟସ୍ତ ପରିଚାଳନା କେନ୍ଦ୍ରର ନିର୍ଦ୍ଧେଶକ ପ୍ରଫେସର ସୁଧାକର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହି କେନ୍ଦ୍ରର ଯୁଗ୍ମ ନିର୍ଦ୍ଧେଶକ ଡ଼. ଅଞ୍ଜନ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ l ‘ବିପର୍ଯ୍ୟୟ ବେଳେ ମଣିଷ ସମାଜରେ ସ୍ୱାହାୟକ ଉପରେ ଲିଖିତ ପୁସ୍ତକକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ଶେଷରେ ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ତମଗ୍ନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଅଧ୍ୟାପକ, ଅଧ୍ୟାପିକା, ଗବେଷକ, ଗବେଷିକା ଓ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ l