Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ପରିବେଶ ସମିତି ଦ୍ଵାରା ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ପରିସରରେ ବୃକ୍ଷରୋପଣ।

ଗୋପାଳପୁର,୧୬/୦୯/୨୩ ଭୁବନେଶ୍ୱର ସ୍ଥିତ ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଗୋଳନ୍ଥରା ସ୍ଥିତ ପାଲୁର ହିଲ୍ ଠାରେ ଥିବା ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ
ବଉଳ, ଅଶୋକ, ଚମ୍ପା, କରଞ୍ଜ, ଅର୍ଜୁନ, ପଣସ, ପିଜୁଳି, ସୁନାରି, ସୀତା ଫଳ, କଦମ୍ବ, ଓଉ, ଶିସୁ,କୃଷ୍ଣଚୂଡ଼ା , କଇଥ ଇତ୍ୟାଦି ୧୦୦ ଟି ଦେଶୀ ଗଛ ଚାରା ରୋପଣ ଛାତ୍ରଛାତ୍ରୀ, ଆମନ୍ତ୍ରିତ ଅତିଥି ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ମାନକଂ ଦ୍ଵାରା କରାଯାଇଥିଲା।ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ର ପୃଷ୍ଠପୋଷକତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ସହ-ଅଧ୍ୟକ୍ଷ ରୋହିତ କୁମାର ପଣ୍ଡାଙ୍କ ସଭାପତିତ୍ଵରେ ଏକ ସଭାର ଆୟୋଜନ କରା ଯାଇ ଥିଲା। ,ବ୍ରହ୍ମପୁର ଆଞ୍ଚଳିକ ଷ୍ଟେଟ ବ୍ୟାଙ୍କ୍ ଶାଖା ର ଆଞ୍ଚଳିକ ପ୍ରବନ୍ଧକ ପ୍ରଶାନ୍ତ କୁମାର ବେହେରା ମୂଖ୍ଯ ଅତିଥି ରୂପେ ଯୋଗ ଦେଇ ଥିଲେ। ଗୋଳନ୍ଥରା ଥାନା ସବ ଇନ୍ସପେକ୍ଟର ଦିପ୍ତି ରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ। ଅତିଥିମାନେ ପରିବେଶ ଉପରେ ଉପସ୍ଥିତ ଛାତ୍ର ଓ ଛାତ୍ରୀଙ୍କୁ ଆଲୋକପାତ କରିଥିଲେ। ପରିବେଶ ର ସ୍ବଛତା ଓ ସବୁଜତା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ସଭା ଶେଷରେ ସଂଘମିତା ଧନ୍ୟବାଦ୍ ଅର୍ପଣ କରିଥିଲେ।
ଓଡ଼ିଶା ପରିବେଶ ସମିତି ର ଯୁଗ୍ମ ସଚିବ ଇଞ୍ଜିନିୟର ମନୋରଞ୍ଜନ ମିଶ୍ର ଏଵଂ ଆଜୀବନ ସଭ୍ୟ ସୁକାନ୍ତ ପଟ୍ଟନାୟକଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯକ୍ରମ ଆୟୋଜନ କରାଯାଇଛି।ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ତଥା ଛାତ୍ର ଛାତ୍ରୀ ମାନେ ସମ୍ମିଳିତ ହୋଇ ୧୦୦ ଟି ଚାରା ଗଛ ଲଗାଇ ବୃକ୍ଷରୋପଣ କାର୍ଯକ୍ରମ ଟିକୁ ସଫଳ କରିଥିଲେ। ବିଦ୍ୟାଳୟ କତୃପକ୍ଷ ଗଛ ଗୁଡ଼ିକର ଯତ୍ନ ନେବା ପାଇଁ ପ୍ରତିଶ୍ରୁତି ବଦ୍ଧ ରହିବେ ବୋଲି ସୁଚନା ଦେଲେ। ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ।
ସମ୍ପ୍ରତି ବିଶ୍ଵ ପରିବେଶର ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବ୍ୟାପକ ବୃକ୍ଷ ରୋପଣ ର ମହତ୍ତ୍ଵ ଉପରେ ଆଲୋକପାତ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories