Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ର ବିଭିନ୍ନ ସ୍ଥାନ ରେ ବିଶ୍ୱ କର୍ମା ପୂଜା

ଲକ୍ଷ୍ମୀପୁର ୧୭.୦୯ . ଲକ୍ଷ୍ମୀପୂର ର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱ କର୍ମା ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ପାର୍ବଣ ଋତୁ ବିଶ୍ୱ କର୍ମା ଙ୍କ ପୂଜା ରୁ ଚଳିତ ବର୍ଷ ଆରମ୍ଭ ହୋଇଥିବା ବେଳେ ଦିନକ ପରେ ଗଣେଶ ଙ୍କୁ ଆବାହନ କରାଯିବ। ବିଭିନ୍ନ ପୂଜା ସକାଶେ ଲକ୍ଷ୍ମୀପୁର ଆଲୋକ ସଜ୍ଜା ରେ ସଜିତ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ପୂଜା ମେଢ଼ ଦେଖିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଗତବର୍ଷ ଭଳି ବିଦ୍ୟୁତ ବିଭାଗ ର ବିଶ୍ୱକର୍ମା ଙ୍କ ପୂଜା ସହ ଅତିଥି ମାନଙ୍କ ସକାଶେ ଅନପ୍ରସାଦ ର ବ୍ୟବସ୍ତା କରାଯାଇଥିଲା। ସେହିପରି ଓଡିଶା ଖଣି ନିଗମ, ଗେଲ ଇଣ୍ଡିଆ କମ୍ପାନୀ, ରାଜମେସ୍ତ୍ରୀ ସଂଘ, ଆଇଟିଆଇ କଲେଜ ରେ ଚଳିତ ବର୍ଷ ବିଶ୍ୱ କର୍ମା ଙ୍କୁ ଆହ୍ୱାନ କରାଯାଇ ପୂଜା କରାଯାଇ ଥିବା ଦେଖିବା କୁ ମିଳିଥିଲା।ସୋମବାର ଦିନ ବିସର୍ଜନ କରାଯିବ ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ