Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହତାଶିଆ ପ୍ରେମିକ ର ଆତ୍ମହତ୍ୟା..ସପ୍ତାହ ତଳେ ଆତ୍ମହତ୍ୟା କରିଥିଲା ପ୍ରେମିକା…ଲକ୍ଷ୍ମୀପୂର

ଲକ୍ଷ୍ମୀପୂର ୧୭.୦୯ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ହିରୋ ଶୋ ରୁମ ନିକଟରେ ଥିବା ଏକ ନିର୍ମାଣଧିନ କୋଠା ର ଏକ କଠୋରୀ ଭିତରେ ଜଣେ କାଠ ମେସ୍ତ୍ରୀ ଗାମୁଛା ଲଗାଇ ଫେନ ରେ ଝୁଲି ଆତ୍ମ ହତ୍ୟା କରିଥିବା ଜଣାପଡିଛି। ଲକ୍ଷ୍ମୀପୂର ପୋଲିସ ର ସୂଚନା ଅନୁଯାୟୀ ଶନିବାର ଦିନ ରାତ୍ର ରେ କାଠ କାମ ରେ ନିୟୋଜିତ ଥିବା ୩ ଜଣ କାରିଗର ଖାଇ ପିଇ କଠୋରୀ ଭିତରେ ଶୋଇଯାଇଥିଲେ, ବିଳମ୍ବିତ ରାତ୍ର ରେ ମାନସିକ ଚାପ ରେ ରହୁଥିବା ଅଙ୍କିତ କୁମାର ଶର୍ମା (୨୦) ନାମକ ଯୁବକ ଅନ୍ୟ ଏକ କୋଠରୀ ରେ ଯାଇ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ନେଇଁ ସକାଳେ ଦେଖିବା ପରେ ଘର ମାଲିକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଛାନଭିନ କରିଥିଲା।ମୃତ ଅଙ୍କିତ ର ଘର ବିହାର ରାଜ୍ୟ ର ବାକା ଜିଲ୍ଲା ଅନ୍ତର୍ଗତ କଟୁରିଆ ଗାଁ ର ବିଶ୍ୱକର୍ମା ନଗର ବୋଲି ଜଣାପଡିଛି। ଅଙ୍କିତ ର ବଡଭାଇ ମଣ୍ଟୁ ଶର୍ମା ଓ ସମ୍ପର୍କୀୟ ମାନେ କଟକ ରେ ରହି ବଢ଼େଇ କାମ କାମ କରୁଥିବା ବେଳେ ସେମାନଙ୍କୁ ଖବର ଦେବା ପରେ ରବିବାର ରାତ୍ର ରେ ପହଂଚିଥିଲେ, ସେମାନଙ୍କ ଉପସ୍ଥିତି ରେ ଶବ କୁ କଢ଼ାଯାଇ ରାତ୍ର ହୋଇଯାଇ ଥିବା କାରଣ ରୁ ସୋମବାର ସକାଳେ ଶବ ବ୍ୟବଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଘର ମାଲିକ ଏକ ଆମ୍ବୁଲାନ୍ସ ର ବ୍ୟବସ୍ଥା କରିଦେବା ପରେ ଶବ କୁ ସେମାନଙ୍କ ସମ୍ପର୍କୀୟ ତାଙ୍କ ରାଜ୍ୟ ବିହାର ରାଜ୍ୟ କୁ ନେଇକି ଯାଇଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ସପ୍ତାହ ରେ ଅଙ୍କିତ ର ପ୍ରେମିକା ବିହାର ରେ ଆତ୍ମହତ୍ୟା କରିବା ପରେ ମାନସିକ ଭାବେ ଅଙ୍କିତ ଭାଙ୍ଗିପଡି କାମ ଧନ୍ଦା ବି ଠିକ ଭାବେ କରୁ ନଥିଲେ, ମାନସିକ ସ୍ଥିତି ହରାଇ ଏପରି କାର୍ଯ୍ୟ କରିଥିବା ଅନୁମାନ କରାଯାଉ ଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁ ର କାରଣ ଜଣା ପଡିବ ବୋଲି ତଦନ୍ତ କାରୀ ଅଧିକାରୀ ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି। ଏନେଇ ପ୍ରାଥମିକ ଭାବେ ଏକ ଅପମୃ୍ତ୍ୟୁ ମାମଲା ରୁଜୁ କରାଯାଇଥିବା ପୋଲିସ ପ୍ରକାଶ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ