Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମାର ସିଙ୍ଗି ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ବବୁଲୁ ଓ ସହଯୋଗୀ ଗିରଫ, କାର ଜବତ, ଏହି ଘଟଣା ରେ ଗିରଫ ସଂଖ୍ୟା ୪ କୁ ବୃଦ୍ଧି

ଖଲ୍ଲିକୋଟ–୧୭/୦୯–ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତ ର କମାର ସିଙ୍ଗି ଗ୍ରାମ ନିକଟରେ ବାକୁଟୁ ଗାଁ ର ଜଣେ ଯୁବକକୁ କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡା, ଛୁରୀ, ପଥର ଦ୍ବାରା ଆକ୍ରମଣ କରି ଗୁରୁତର ଭାବେ ଆହତ କରିଥିଲେ । ବାକୁଟୁ ଗାଁ ର ଜଣେ ଯୁବକ ଆଲୋକ ସାହୁ ଙ୍କ ଗୋଡ଼ କୁ ଖଣ୍ଡା ରେ ହାଣିବା ସହ ପେଟ କୁ ଛୁରୀ ଭୁସିଥିଲେ ଏବଂ ହାତ କୁ ପଥର ରେ ଛେଚି ଦେଇଥିଲେ ଦୁର୍ବୁତ୍ତ ।ରାସ୍ତା କାମ ରେ ଦାଦାବଟି କୁ କେନ୍ଦ୍ର କରି ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ପୋଲିସ ତଦନ୍ତ ରୁ ଜଣାପଡିଥିଲା ।ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାକୁଟୁ ଗାଁ ର ଶ୍ରୀକାନ୍ତ ମଲ୍ଲିକ ଓରଫ ବବୁଲୁ ଏବଂ ତାର ସହଯୋଗୀ ସନ୍ତୋଷ ପ୍ରଧାନ ଓରଫ ବାବୂ କୁ ପୋଲିସ ଆଜି ପେଣ୍ଡୁରାପଲ୍ଲୀ ଗ୍ରାମ ନିକଟରୁ ଗିରଫ କରିଥିବା ଜଣାପଡ଼ିଛି ।ସେମାନଙ୍କ ଠାରୁ ଏକ କାର ନମ୍ବର ଓଡ଼ି ୩୩ ଏଜି ୧୯୮୭ କୁ ଜବତ କରିଛି ପୋଲିସ ।ଏହି ଘଟଣା ରେ ପୂର୍ବରୁ ସେହି ବାକୁଟୁ ଗାଁ ର ରାଜୀବ ପଲେଇ ଓ ପ୍ରଭାତ ପଲେଇ ନାମକ ଦୁଇ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ରୁ ଗିରଫ ସଂଖ୍ୟା ୪ ରେ ପହଞ୍ଚିଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାକୁଟୁ ଗାଁର ଆଲୋକ ସାହୁ ଓ ଅନ୍ୟ ଜଣେ ଯୁବକ କାର୍ତ୍ତିକ ନାହାକ ଗତ ଏପ୍ରିଲ ମାସ ୭ ତାରିଖରେ ଏକ ବାଇକ ଯୋଗେ ବାଦପଲ୍ଲୀ ରୁ ନିଜ ଗାଁ କୁ ଫେରୁଥିବା ବେଳେ କମାର ସିଙ୍ଗି ଗ୍ରାମ ନିକଟରେ ପୂର୍ବରୁ ଛକି ରହିଥିବା କିଛି ଯୁବକ ଖଣ୍ଡା, ଛୁରି ଓ ପଥର ଯୋଗେ ଆକ୍ରମଣ କରିଥିଲେ । ଆଲୋକ ର ଗୋଡ଼ କୁ ଖଣ୍ଡା ରେ ହାଣିବା ସହ ଛୁରୀ ରେ ପେଟ କୁ ଭୂଷି ଦେଇଥିଲେ । ବାମ ପଟ ହାତ କୁ ମଧ୍ୟ ପଥର ରେ ଛେଚି ଦେଇଥିଲେ । ସେପଟେ ଆଲୋକ କୁ ଛାଡ଼ି ପ୍ରାଣ ବିକଳରେ ନିଜ ଜୀବନକୁ ବଞ୍ଚାଇ କାର୍ତ୍ତିକ ଦୌଡ଼ି ପଳାଇ ଯାଇଥିଲା । ପରେ ଖବର ପାଇ ଗ୍ରାମର କିଛି ଯୁବକ ଘଟଣା ସ୍ଥଳରେ ପହଂଚି ଗୁରୁତର ଆହତ ଅବସ୍ଥାରେ ଆଲୋକ କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ । କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣ ପରେ ଘଟଣା ସ୍ଥଳ ରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ଖବର ପାଇ ଭେଜିପୁଟ ଫାଣ୍ତି ଅଧିକାରୀ ଦେବାଶିଷ ମିଶ୍ର ଘଟଣା ସ୍ଥଳ କୁ ଯାଇ ତନାଘନା ଆରମ୍ଭ କରିଥିଲେ ।ତଦନ୍ତ ବେଳେ ରାସ୍ତା କାମ ରେ ଦାଦାବଟି ମାଗିବାକୁ କେନ୍ଦ୍ର କରି ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ଏବଂ ଏଥିରେ ୭ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେ ।ପୂର୍ବରୁ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ବବୁଲୁ ସମେତ ଦୁଇ ଜଣ ଙ୍କୁ ଗିରଫ କରାଯାଇଛି ।ଆଉ ତିନି ଜଣ ଅଭିଯୁକ୍ତ ଫେରାର ଥିବା କହିଛନ୍ତି ତଦନ୍ତ କାରୀ ଅଧିକାରୀ ଦେବାଶିଷ ମିଶ୍ର ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୨୪୩/୦୭.୦୪.୨୦୨୩ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories