Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଶାନ କିଷନ ଓ ତିଳକ ବର୍ମାଙ୍କୁ ଟ୍ରଫି ଧରାଇଲେ ରୋହିତ, ଜାରି ରଖିଲେ ଧୋନୀଙ୍କ ପ୍ରଥା

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ଟାଟଇଲ୍ ଜିତିଛି ଭାରତୀୟ ଦଳ। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠୁ ଛୋଟ ମ୍ୟାଚରେ ଭାରତ ସହ ଆୟୋଜକ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟରେ ହରାଇଛି। ଚାମ୍ପିଅନ ଭାରତକୁ ଏସୀୟ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ଜୟ ଶାହ ରୋହିତ ଶର୍ମାଙ୍କୁ ଟ୍ରଫି ଧରାଇଥିଲେ। କିନ୍ତୁ ରୋହିତ ଟ୍ରଫିକୁ ଇଶାନ କିଷନ ଓ ତିଳକ ବର୍ମାଙ୍କ ହାତକୁ ଧରାଇ ଦେଇଥିଲେ। ଉଲ୍ଲେଖନୀୟ ତିଳକ ବର୍ମା ଏସିଆ କପ୍ ୨୦୨୩ରେ ଦିନିକିଆ ଅନ୍ତର୍ଜାତୀୟରେ ପଦାର୍ପଣ କରିଛନ୍ତି।

ତିଳକ ବର୍ମା ଟ୍ରଫି ଉଠାଇଥିଲେ ଏବଂ ଭାରତୀୟ ଦଳ ସହ ଫଟୋ ପାଇଁ ପୋଜ୍ ଦେଇଥିଲେ। ଏହିପରି ମହେନ୍ଦ୍ର ସିଂ ଧୋନୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପ୍ରଥାକୁ ରୋହିତ ଶର୍ମା ବଜାୟ ରଖିଛନ୍ତି। ଭାରତୀୟ କ୍ରିକେଟରେ ଧୋନୀ ଏହି ପ୍ରଥା ଆରମ୍ଭ କରିଥିଲେ, ଯେବେ ସେ କୌଣସି ସିରିଜ୍ କିମ୍ବା ଟ୍ରଫି ଜିତୁଥିଲେ, ଏହାକୁ କୌଣସି ଯୁବ କ୍ରିକେଟରଙ୍କ ହାତକୁ ଧରାଇ ଦେଉଥିଲେ। ଧୋନୀଙ୍କ ମତରେ ଅଧିନାୟକ ହିସାବରେ ଜଣେ ଖେଳାଳିଙ୍କୁ ତ ପ୍ରସିଦ୍ଧି ମିଳି ଯାଉଛି, ଏମିତିରେ ଟ୍ରଫି ନିଜେ ଉଠାଇବା ଠିକ୍ ନୁହେଁ। ଏଥିପାଇଁ ସେ ତୁରନ୍ତ ଟ୍ରଫିକୁ ଯୁବ ଖେଳାଳିଙ୍କୁ ଦେଇଥାନ୍ତି।

ଧୋନୀଙ୍କ ପରେ ବିରାଟ କୋହଲି, ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହି ପ୍ରଥାକୁ ଜାରି ରଖିଛନ୍ତି। ଏସିଆ କପ୍ ୨୦୨୩ ସଂପନ୍ନ ପରେ ଭାରତୀୟ ଦଳ ସେପ୍ଟେମ୍ବର ୨୨ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ପୁଣି ଏକ ଛୋଟ ବ୍ରେକ ପରେ ଦଳ ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ। ଭାରତ ଆନୁକୂଲ୍ୟରେ ଅକ୍ଟୋବର ୫ରୁ ବିଶ୍ଵକପ୍ ଆରମ୍ଭ ହୋଇ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ