Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ଅଧ୍ୟାପକ ପଦବୀ ନିମନ୍ତେ ଚୟନ….୫ଟି ଅତିଥି ଅଧ୍ୟାପକ ପଦବୀ ସକାଶେ ୫୯ ଜଣ ପ୍ରାର୍ଥୀ…

ଲକ୍ଷ୍ମୀପୂର ୧୮.୦୯.. .. ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ୫ଟି ଅତିଥି ଅଧ୍ୟାପକ ପଦବୀ ସକାଶେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୫୯ଜଣ  ପ୍ରାର୍ଥୀ ଆଜି ୱାକ ଇନ ଇଣ୍ଟରଭିୟୁ ରେ ଯୋଗ ଦେଇଥିଲେ। ଯୁକ୍ତ ଦୁଇ ବିଭାଗ ର ରାଜନୀତି ବିଜ୍ଞାନ  ଅଧ୍ୟାପକ ପଦବୀ ସକାଶେ ୧୧ଜଣ, ଓଡ଼ିଆ ଅଧ୍ୟାପକ ସକାଶେ ୭ଜଣ ଯୁକ୍ତ ୩ ବିଭାଗ ର ଅର୍ଥନୀତି ଅଧ୍ୟାପକ ସକାଶେ ୧୭, ଇଂରାଜୀ ଅଧ୍ୟାପକ ସକାଶେ ୧୦, ଇତିହାସ ଅଧ୍ୟାପକ ସକାଶେ ୧୧ ଓ  ଏଜୁକେଶନ ଅଧ୍ୟାପକ ସକାଶେ ୩ ଜଣ  ଇଣ୍ଟରଭିୟୁ ଦେଇଥିଲେ। ବିଶେଷଜ୍ଞ (ଏକ୍ସପୋର୍ଟ୍ସ )ଭାବେ   କୋରାପୁଟ ରୁ ଇଂରାଜୀ ପ୍ରଫେସର ଅମରେଶ ଆଚାର୍ଯ୍ୟ, ଇତିହାସ ଅଧ୍ୟାପକ ଡ଼. ବଳରାମ ଦାଶ,ଅର୍ଥ ଶାସ୍ତ୍ର ପ୍ରଫେସର ଡ଼. ବିନୋଦ ବିହାରୀ ଜେନା,  ଶିକ୍ଷା ବିଭାଗ ପ୍ରଫେସର ପ୍ରଜ୍ଞା ପରିମିତା ସାମନ୍ତରାୟ, ଲମତାପୁଟ ରୁ ଓଡ଼ିଆ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ବିଶୋଇ, ଓ ରାଜନୀତି ବିଜ୍ଞନ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବିଶେଷଜ୍ଞ ଙ୍କ ସହ ଲକ୍ଷ୍ମୀପୂର  ଯୁକ୍ତ ୩ ସଭାପତି ଧନୁର୍ଧର ବିଶୋଇ, ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା ଚୌଧୁରୀ, ଯୁକ୍ତ ୩ ଅଧ୍ୟକ୍ଷ ବିଜୁ ମୁଦୁଲି, ଅଧ୍ୟାପକ ଜଗନ୍ନାଥ ରଥ, ଯଶବନ୍ତ ଗରଡ଼ା,ଦୁର୍ଯ୍ୟୋଧନ ସାହୁ, ଅଧ୍ୟାପିକା ତିଳତ୍ତମା ପଟ୍ଟନାୟକ, ମହିମା ରାଣୀ ରାଜୁ, ସନ୍ତୋଷିନୀ ଦାଶ , ଜୟଶ୍ରୀ କରସୁଧା ପଟ୍ଟନାୟକ, ମଧୁସୂଦନ ସାହୁ ପ୍ରମୁଖ ସହଯୋଗ କରିଥିଲେ।ଇଣ୍ଟରଭିୟୁ ରେ ଅନେକ ଟ୍ୟାଲେଣ୍ଟେଡ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ବିଶେଷଜ୍ଞ ମାନଙ୍କୁ ଚୟନ କରିବା ସକାଶେ ଅନେକ କିଛି ଭାବିବାକୁ ପଡିଥିବା କୁହାଯାଇ ଥିବା ବେଳେ ଯୁକ୍ତ ଦୁଇ ଅଧ୍ୟାପକ ଚୟନ ଚୂଡାନ୍ତ ତାଲିକା ଉପଜିଲ୍ଲାପାଳ ଙ୍କ ପାଖକୁ ଯିବା ପରେ ହୀନ ଘୋଷଣା କରାଯିବ ବୋଲି ଯଣା ପଡିଛି। ସେହିପରି ଯୁକ୍ତ ୩ଅଧ୍ୟାପକ ପଦବୀ ମଧ୍ୟ ବିଶେଷଜ୍ଞ ଙ୍କ ମାର୍କ ସହ କମିଟି ମାଧ୍ୟମରେ ଚୂଡାନ୍ତ ନିଷ୍ପତି ନିଆଯିବା କୁ ସ୍ଥିର କରାଯାଇଛି। ଗତ ମାସରେ ଯୁକ୍ତ ଦୁଇ ର ରାଜନୀତି ଅଧ୍ୟାପକ ତଥା ଅଧ୍ୟକ୍ଷ ବିରେନ ଶତପଥି ଓ ଓଡ଼ିଆ ଅଧ୍ୟାପକ କିଶୋର ସାହୁ ଅବସର ଗ୍ରହଣ କରିବା ପରେ ଅଧ୍ୟାପକ ପଦବୀ ଗୁଡିକ ଖାଲି ପଡ଼ିଥିବା ବେଳେ ଯୁକ୍ତ ୩ ରେ ଅନେକ ପଦବୀ ଖାଲି ପଡି ରହିଛି।ଏହି ଅତିଥି ଅଧ୍ୟାପକ ପଦବୀ ଗୁଡିକ ସମ୍ପୂର୍ଣ ଭାବେ ସ୍ଥାୟୀ ନଥିବା ସହ ସ୍ୱଳ୍ପ ବେତନ ବୋଲି ଘୋଷଣା କରାଯାଇ ଥିବା ସତ୍ୱେ ଆଜି ଏତେ ପରିମାଣ ର ଛାତ୍ର ଛାତ୍ରୀ ଯୋଗ ଦେଇଥିବା ଓଡିଶା ର ଶିକ୍ଷିତ ବେକାର ସମସ୍ୟା କେତେ ତାହା ଏଥିରୁ ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ