Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଡା ବାନ୍ତି ବ୍ୟାପିବା ଖବର ପ୍ରକାଶନ ପରେ……ବିରିଗୁଡା ଗାଁ ରେ ପହଁଚିଲା ଡାକ୍ତରଖାନା ଟିମ….

ଲକ୍ଷ୍ମୀପୁର ୧୮।୦୯ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡ଼ିଆପେଣ୍ଠ  ପଂଚାୟତର ବିରିଗୁଡା ଗାଁରେ ଝାଡାବାନ୍ତି ବ୍ୟାପିବା ଖବର ପ୍ରକାଶନ ହେବା ପରେ ଲକ୍ଷ୍ମୀପୁର ଡାକ୍ତରଖାନା ର ଏକ ଟିମ ସହ    ଜିଲ୍ଲାରୁ  ମାଇକ୍ରୋ ବାଇଓଲୋଜିଷ୍ଟ ଟିମ୍ ପହଞ୍ଚି  ଆକ୍ରାନ୍ତ ଙ୍କ ଚିକତ୍ସା କରିବା ସହ ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରି ଫେରିଛନ୍ତି। ଗତ ପନ୍ଦର ଦିନ ମଧ୍ୟରେ ଗାଁ ରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆକ୍ରାନ୍ତ ହୋଇ ଥିବା ଜଣା ପଡିଥିଲା । ବର୍ତ୍ତମାନ ମଧ୍ୟ ଗାଁ ରେ ଅନେକ ଆକ୍ରାନ୍ତ ଥିବା ବେଳେ ସେମାନଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା।ଡାକ୍ତରୀ ଟିମ ରେ ଲକ୍ଷ୍ମୀପୂର ଭ୍ରାମ୍ୟମାଣ ଡାକ୍ତର ଶିବ ପ୍ରସାଦ ମିଶ୍ର, ପୁଷ୍ପ ସାହୁ ଏଏନଏମ କମଲ କୁମାରୀ ଶେଖରଦିଓ,ସିଏଚଓ କାଦମ୍ବିନୀ ଓଝା ପ୍ରମୁଖ ରହିଥିଲେ।ପ୍ରକାଶ ଥାଉକି ପ୍ରତ୍ୟେକ ବର୍ଷ ଏଭଳି ଅନେକ ଲୋକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବେଳେ ସଚେତନର ଅଭାବକୁ ସାଧାରଣ ରେ ଦାୟୀ କରାଯାଇଛି।