Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ଖରାପ ଯୋଗୁଁ ଟ୍ରକ୍ ଦୁର୍ଘଟଣା,ଚାଳକ ଆହତ

ଲକ୍ଷ୍ମୀପୁର ୧୯।୦୯ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ରାୟଗଡ଼ା ଜିଲ୍ଲା ଟିକିରୀ ପର୍ଯ୍ୟନ୍ତ ଲମ୍ବି ଥିବା ପ୍ରାୟ ୨୨କିମି ରାସ୍ତାରେ ହୋଇଥିବା ଖାଲ ଖମା ଯୋଗୁଁ ଆଜି ଏକ ଟ୍ରକ୍ ଦୁର୍ଘଟଣାର ଶୀକାର ହୋଇଛି।ଏପି-୩୯-ୟୁଏନ-୧୪୬୫ ନମ୍ୱର୍ ଥିବା ଏକ ଟ୍ରକ୍ ଟିକିରି ଠାରୁ ଲକ୍ଷ୍ମୀପୁର ଅଭିମୁଖେ ଆଜି ଅପରାହ୍ନରେ ଆସୁଥିବା ବେଳେ ରାସ୍ତା ଉପରେ ଥିବା ଏକ ବିରାଟ ଗାତ ପାଇଁ ନିୟନ୍ତ୍ରଣ ହରାଇ ଏକ ଆମ୍ବ ଗଛକୁ ନେଇ ଧକା ଦେଇଥିଲା।ଫଳରେ ଗାଡ଼ି ଚାଳକ ଗୁରୁତର ଆହତ ହୋଇ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ଖବର ଲେଖା ହେବା ସୁଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣା ପଡିଛି।
ପ୍ରକାଶ ଥାଉକି ଉକ୍ତ ରାସ୍ତା ଆଗରୁ ଭଲ ଥିଲା,ବର୍ତ୍ତମାନ ଏକ ଘରୋଇ କମ୍ପାନୀରୁ ପାଉଁଶ ବୋଝେଇ କରି ଦୈନିକ ୫୦ ରୁ ଉର୍ଦ୍ଧ୍ବ ହାଇୱା ସେଇ ରାସ୍ତା ଦେଇ ନବରଙ୍ଗପୁର ଯାଉଥିବାରୁ ରାସ୍ତା ଅବସ୍ଥା ପୁରା ଖରାପ ହେଇ ପଡିଚି ବୋଲି ୩୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି।ଯାହାର ପରିଣାମ ଏବେ ସାଧାରଣ ଗ୍ରାମବାସୀଙ୍କୁ ଭୋଗିବାକୁ ପଡୁଛି।ଯଦି ପାଉଁଶ ପରିବହନ ବନ୍ଦ କରାନଯାଏ ତେବେ ସମ୍ପୂର୍ଣ ରାସ୍ତା ନଷ୍ଟ ହେବା ସହ ଅନେକ ଧନ ଜୀବନ ନଷ୍ଟ ହେବାକୁ କେହି ରୋକି ପାରିବେ ନାହିଁ।ଏତେ ପରିମାଣ ରେ ପାଉଁଶ ଯାଉଥିଲେ ସୁଧା ଉଭୟ କମ୍ପାନୀ କତୃପକ୍ଷ ରାସ୍ତା ମରାମତି ନକରିବା ଏକ ଦୁଃଖ ର ବିଷୟ ବୋଲି ସାଧାରଣ ରେ ଆଲୋଚନା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ