Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ୟୁୟର୍କରେ ଆୟୋଜିତ ହୋଇପାରେ ଟି-୨୦ ବିଶ୍ଵକପ୍, ଶୀଘ୍ର ବଡ଼ ଘୋଷଣା କରିବ ଆଇସିସି

ଭୁବନେଶ୍ୱର: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ନ୍ୟୁୟର୍କ ସିଟିରୁ ୩୦ ମାଇଲ୍ ଦୂରରେ ନିର୍ମିତ ଷ୍ଟାଡିୟମରେ ଟି-୨୦ ବିଶ୍ଵକପ୍ ଆୟୋଜନ କରିବାକୁ ପ୍ରସ୍ତୁତି ଚଳାଇଛି। ୩୪ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇପାରେ। ଆଇସିସି ଶୀଘ୍ର ଏ ସଂପର୍କରେ ଆନୁଷ୍ଠାନିକ ନିଷ୍ପତ୍ତି ନେବ। ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ।

କ୍ରିକବଜ ଅନୁଯାୟୀ, ପ୍ରଥମ ମ୍ୟାଚ୍ ବ୍ରୋକ୍ସର ଓ୍ଵାନ କର୍ଟଲାଣ୍ଡ ପାର୍କରେ ଖେଳା ଯିବାର ଥିଲା। ମାତ୍ର ପାର୍କ ଆଖପାଖରେ ରହୁଥିବା କିଛି ସ୍ଥାନୀୟ ଲୋକ ଗୋଟିଏ ଲିଗର ପ୍ରବଳ ବିରୋଧ କରିଥିଲେ। ଫଳରେ ଅଧିକାରୀଙ୍କୁ ବ୍ରୋକ୍ସରେ ମ୍ୟାଚ୍ ଆୟୋଜନ ଯୋଜନା ବାତିଲ୍ କରିବାକୁ ପଡ଼ିଛି। ଏବେ ନ୍ୟୁୟର୍କକୁ ବିଶ୍ଵକପର କିଛି ମ୍ୟାଚ୍ ଆୟୋଜନ କରିବାର ଦାୟିତ୍ଵ ଦିଆଯାଇପାରେ। ଆମେରିକାରେ କ୍ରିକେଟକୁ ଲୋକପ୍ରିୟତା କରାଇବା ପାଇଁ ଆଇସିସି ଭିତରେ ମଧ୍ୟ ବହୁତ ଦାବି ଉଠୁଛି।

ନ୍ୟୁୟର୍କ ଦୁନିଆର ସବୁଠୁ ବଡ଼ ମିଡିଆ ହାଉସ୍ ହେବା ସହିତ ଏଠାରେ ସମଗ୍ର ଦୁନିଆରେ ସବୁଠୁ ଦ୍ରୁତ ଗତିରେ କ୍ରିକେଟର ଉନ୍ନତି ଘଟୁଛି। ତେଣୁ ଆଇସିସି ଏହାର ଫାଇଦା ଉଠାଇବାକୁ ଚାହୁଁଛି। ଟି-୨୦ ବିଶ୍ଵକପ୍ ପାଇଁ ୟୁଏସଏକୁ ସହ ଆୟୋଜକ ନାମିତ କରିବା ଆଇସିସି ପକ୍ଷରୁ ଏକ ସକରାତ୍ମକ ପଦକ୍ଷେପ ରହିଛି। ଏବେ ଏହି ସହରରେ ବିଶ୍ଵକପ୍ ଆୟୋଜନ କରିବାକୁ ଆଇସିସି ଅଣ୍ଟା ଭିଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ