Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ର ଅଫିସିଆଲ ସଙ୍ଗୀତ ଜାରି କଲା ଆଇସିସି, ‘ଦିଲ ବୋଲେ ଜସ୍ନ ବୋଲେ’ରେ ଛାଇଗଲେ ରଣବୀର

ନୂଆଦିଲ୍ଲୀ: ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵକପ୍ ୨୦୨୩ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହ ସମୟ ବାକି ରହିଛି। ଏହି କ୍ରମରେ ଆଇସିସି ବିଶ୍ଵକପର ଅଫିସିଆଲ ସଙ୍ଗୀତ ଦିଲ ଜସ୍ନ ବୋଲେ ଜାରି କରିଛି। ଏଥିରେ ବଲିଉଡ ଅଭିନେତା ରଣବୀର କପୁର ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ସଙ୍ଗୀତକୁ ବଲିଉଡର ପ୍ରସିଦ୍ଧ ସଙ୍ଗୀକତାର ପ୍ରୀତମ ସଂଯୋଜନା କରିଛନ୍ତି। ଏଥିରେ ସୋସିଆଲ ମିଡିଆ ଷ୍ଟାର ନଜର ଆସିଛନ୍ତି।

ଏହି ସଙ୍ଗୀତ ପ୍ରଶଂସକଙ୍କୁ ଦିନିକିଆ ଏକ୍ସପ୍ରେସରେ ଭାରତର ଐତିହାସିକ ଯାତ୍ରାକୁ ନେଇ ଯାଉଛି, ଯେଉଁଥିରେ ଅଦ୍ୟାବଧି ସବୁଠୁ ବଡ଼ କ୍ରିକେଟ୍ ବିଶ୍ଵକପ୍ ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ। ଗୋଟିଏ ଟ୍ରେନରେ ପ୍ରଶଂସକ କ୍ରିକେଟରେ ମଜା ନେଉଛନ୍ତି ଏବଂ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଛି। ଏହି ସଙ୍ଗୀତକୁ ଆଇସିସିର ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟ୍ସ ପ୍ରସ୍ତୁତ କରିଛି, ଯାହା ବର୍ତ୍ତମାନ ଆଇସିସିର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଉପଲବ୍ଧ।

ଦିଲ ଜସ୍ନ ବୋଲେ ବିଶ୍ଵକପର ସଙ୍ଗୀତ ଲଞ୍ଚ୍ ହେବା ଅବସରରେ ରଣବୀର କପୁର କହିଛନ୍ତି, ଷ୍ଟାର ସ୍ପୋର୍ଟ୍ସ ପରିବାରର ଜଣେ ସଦସ୍ୟ ଏବଂ କ୍ରିକେଟ୍ ପ୍ରଶଂସକ ହିସାବରେ ବିଶ୍ଵକପ୍ ୨୦୨୩ର ଏହି ସଙ୍ଗୀତରେ ଅଂଶ ବିଶେଷ ହୋଇଥିବାରୁ ମୁଁ ନିଜକୁ ବାସ୍ତବରେ ଗର୍ବିତ ଅନୁଭବ କରୁଛି। ଏହା ଏକ ଉତ୍ସାହ, ଯାହାକୁ ସମସ୍ତ କ୍ରିକେଟ୍ ପ୍ରେମୀ ବହୁତ ପସନ୍ଦ କରୁଛନ୍ତି।

ମ୍ୟୁଜିକ କମ୍ପୋଜର କହିଛନ୍ତି, କ୍ରିକେଟ୍ ଭାରତର ସବୁଠୁ ବଡ଼ ପର୍ବ। ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ବିଶ୍ଵକପ୍ ପାଇଁ ଦିଲ୍ ଜସ୍ନ ବୋଲେର ରଚନା କରିବା ମୋ ପାଇଁ ବହୁତ ବଡ଼ ସମ୍ମାନର ବିଷୟ। ଏହି ଗୀତ କେବଳ ୧୪୦ କୋଟି ଦେଶବାସୀଙ୍କ ପାଇଁ ନୁହେଁ ବରଂ ସମଗ୍ର ଦୁନିଆ ପାଇଁ ଉଦ୍ଦିଷ୍ଟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ