Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ….ଲକ୍ଷ୍ମୀପୁର

ଲକ୍ଷ୍ମୀପୁର ୨୧l୦୯ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ ଚଳିତ ବର୍ଷ ଦୁର୍ଗା ପୂଜା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।। ଫ୍ରେଣ୍ଡସ ୟୁଥ୍ ଆସୋସିଏସନ୍ ର ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ସଭାପତିତ୍ଵରେ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଅନୁଷ୍ଠିତ ବୈଠକ ରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟ ବ୍ୟୟ ର ହିସାବ ଦେବା ପରେ ଚଳିତ ବର୍ଷ କିପରି ପୂଜା ଆୟୋଜନ କରାଯିବ ସେନେଇ ଆଲୋଚନା ହୋଇଥିଲା।ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷଷ୍ଠୀ ରୁ ପୂଜା ଆରମ୍ଭ କରାଯିବା ସହ ରାବଣ ପୋଡ଼ି,ଦେଶିଆ ନାଟକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆ ଯାଇଥିଲା।ଏଥିସହ ସର୍ବ ସହମତି କ୍ରମେ ଚଳିତ ବର୍ଷ ର ପୂଜା ପାଇଁ ନୂତନ ପୂଜା କମିଟି ଗଠନ କରା ଯାଇ ସଭାପତି ଭାବେ ମନୋଜ କୁମାର ସାହୁ,ଉପ ସଭାପତି ଭାବେ ସତ୍ୟ ନାରାୟଣ ଡାକୁଆ,ସମ୍ପାଦକ ଭାବେ କିଶୋର ନନ୍ଦ ଓ କୋଷାଧ୍ୟକ୍ଷ ଭାବେ ଦେବେନ୍ଦ୍ର ନାଥ ସାହୁଙ୍କୁ ଚୟନ କର ଯାଇଥିଲା।କମିଟି ରେ ଉପଦେଷ୍ଟା ଭାବେ ସଂଗ୍ରାମ ବେହେରା,ଏକଲବ୍ୟ ଚୌଧୁରୀ,ଭି.ରାମ କ୍ରିଷ୍ଣା,ଭି.ଚାନ୍ଦୁ,ତପନ କୁମାର ସାହୁ,ପ୍ରମୋଦ କୁମାର ଜେନା,ପରମେଶ୍ବର ସାହୁ ଓ ସୁରଜ୍ ନାୟାରଙ୍କୁ ଦାଇତ୍ୱ ଦିଆ ଯାଇଥିଲା। ପୂଜାର ଆୟୋଜନ ସକାଶେ କମିଟିର ଅନ୍ୟ ୨୦ରୁ ଉର୍ଧ୍ଵ ସଦସ୍ୟ ମାନଙ୍କୁ ଅନ୍ୟାନ୍ୟ କମିଟି କରାଯାଇ ବିଭିନ୍ନ ପ୍ରକାରର ଦାୟିତ୍ବ ଦିଆ ଯାଇଥିଲା।ଦୁର୍ଗା ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ କରାଯିବ ସେଥି ନେଇ ଏକ ବିସ୍ତୃତ ଆଲୋଚନା କରା ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ