Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷା ରେ ପୋଲୋ ନିକଟସ୍ଥ ରାସ୍ତା ଧୋଇଗଲା, ଅନେକ ସ୍ଥାନରେ ରାସ୍ତାର ଶୋଚନୀୟ ଅବସ୍ଥା….

ଲକ୍ଷ୍ମୀପୁର : ଦୁଇଦିନର ଲଘୁଚାପ ଜନିତ ବର୍ଷାର  ବଡ ପ୍ରଭାବ ଲକ୍ଷ୍ମୀପୁର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି।
କୁସୁମୁଗୁଡା ପଞ୍ଚାୟତ ଅନ୍ତର୍ଗତ ଗୌଡ଼ କେଲାର ଗାଁ ପାଖ ପୋଲ କୁ ଲାଗିରହିଥିବା ରାସ୍ତା ଧୋଇ ହୋଇ ମାଟି ଅତଡ଼ା ଖସିଯିବା ସହ ସାଇଡ ଗାର୍ଡ ୱାଲ ଭାଙ୍ଗିଯିବାରୁ ଚଳପ୍ରଚଳରେ ଅନେକ ଅସୁବିଧା ଉପୁଜିଛି।ସେହି ପରି ଚମ୍ପି ପଞ୍ଚାୟତ ଅନ୍ତର୍ଗତ ତଳବିଲାଗଂସିଲ ଠାରୁ କାଳିଆଝଲା ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି।ଦୁଇ ଦିନର ଲଗାଣ ବର୍ଷାରେ ରାସ୍ତା କଡ଼ରୁ ମାଟି ଧସିବା ଯୋଗୁଁ ସାଧାରଣରେ ଚଳ ପ୍ରଚଳ ରେ ବାଧା ସାଜିଛି।କିଛି ବର୍ଷ ତଳେ ଏନବିସିସି ଦ୍ଵାରା ଲକ୍ଷାଧିକ ଟଙ୍କା ବ୍ୟୟ ରେ ଉକ୍ତ ରାସ୍ତା ନିର୍ମାଣ କରା ଯାଇଥିଲା। ଠିକା କମ୍ପାନୀ ରାସ୍ତା କଡ଼ରେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ବାର ବାର୍ ଗ୍ରାମବାସୀ କହି ଆସୁଥିଲେ ମଧ୍ୟ ସେମାନଙ୍କ କଥାକୁ ନସୁଣି କାମ କରି ଚାଲିଲା।ଯାହାର ପରିଣାମ ଏବେ ଅଞ୍ଚଳ ବାସୀଙ୍କୁ ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି।ବର୍ତ୍ତମାନ କେବଳ ଦୁଇ ଚକିଆ ଗାଡ଼ି ଛାଡ଼ି ଦେଲେ ଅନ୍ୟ ଗାଡ଼ି ସେହି ରାସ୍ତାରେ ଯିବା କଷ୍ଟକର।ରାସ୍ତା କଡ଼ରେ ମାଟି ଧସି ଭିତର ଅଂଚଳ ପୁରା ଫମ୍ପା ହୋଇ ଯାଇଥିବାରୁ କୌଣସି ଚାରି ଗାଡ଼ି ଗଲେ ରାସ୍ତା ପୁରା ଦବିଯିବାର ସମ୍ଭାବନା ଦେଖା ଦେଇଚି।ତେଣୁ ତୁରନ୍ତ ରାସ୍ତା ନିର୍ମାଣ ନକଲେ ଉକ୍ତ ରାସ୍ତାରେ ପଡ଼ୁଥିବା କାଳିଆଝୋଲା,ମହୁଲକଣା, ମାଥାରି, ଝିରଝିରା, ପଣସପୁଟ, ସର୍ଗିଗୁଡା ଭଳି ଅନେକ ଗ୍ରାମ ବାସି ଅସୁବିଧା ର ସମ୍ମୁଖୀନ ହେବେ ବୋଲି କହିଛନ୍ତି ।ତୁରନ୍ତ ପ୍ରଶାସନ ର ନଜର ପଡ଼ିବା ନିହାତି ଦରକାର୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ