ସନ୍ତ୍ରାସବାଦ ମୁକାବିଲା ନେଇ ଓଡ଼ିଶା ପୋଲିସ ର ମଗଦ୍ରିଲି


ଅସ୍ତରଙ୍ଗ,,ଜଳ ପଥରେ ଆସୁଥିବା ଅନୁ ପ୍ରବେସ କାରୀ ଙ୍କ ସମେତ ସମ୍ଭାବ୍ୟ ଆତଂଗ ବାଦର କିପରି ମୁକାବିଲା କରାଯିବ ସେ ସମ୍ବଧରେ ଆରମ୍ଭ ହୋଇଛି ଦୁଇଦିନିଆ ମଗଡ୍ରୀଲ ବା ସାଗର କବଚ । ଓଡ଼ିଶା ପୋଲିସ ତରଫରୁ ଆରମ୍ଭ ହୋଇଥିବା ଗୁରୁବାର ଓ ଶୁକ୍ରବାର ଏହି ଦୁଇଦିନିଆ ସାଗର କବଚ ରେ,ଜିଲ୍ଲାର ୧୨ଜଣ ଅଫିସର,୧୬ଜଣ କନେଷ୍ଟବଳ,୧୬ ଜଣ ହୋମ ଗାର୍ଡ , ନୂଆଗଡ,କାଳିଆକଣ,ଅସ୍ତରଙ୍ଗ, ଗୁଣ୍ଡଳବା, ଦାଳୁଅକଣୀ,ସହନ, ସୁଧିକେଶ୍ୱର ଆଦି ,୭ ଗୋଟି ସମୁଦ୍ର ତଟ ବା ଉପକୂଳରେ ରହି ବିଭିନ୍ନ ଦୂର ବିକ୍ଷଣ୍ ଯନ୍ତ୍ର ଦ୍ବାରା ସମ୍ଭ୍ୟାବ ସନ୍ତ୍ରାସ ବାଦ ର ଆକ୍ରମଣ ଓ ତାର ମୁକାବିଲା କିପରି କରାଯଇ ପାରିଵ , ସେ ସମ୍ବଧରେ ସମୁଦ୍ର ଜଳ ରାଶି ଉପରେ ନିରୀକ୍ଷଣ କରୁଥିବା ବେଳେ,ନୂଆଗଡ ମେରାଇନ ଥାନା ତରଫରୁ,ଏ ସ ଆଇ,ଶ୍ରୀ ସନ୍ତୋଷ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୟୋବଧାନ ରେ ନଦୀ ଓ ସମୁଦ୍ର ରେ ପେଟ୍ରୋଲୀଙ୍ଗି କରାଯାଇ ମାଛ ମାରୁଥିବା ଧୀବର ମାନଙ୍କ ର,ଯନ୍ତ୍ର ଚାଳିତ ଡଙ୍ଗା ର କାଗଜ ପତ୍ର,ଆଦି ତନଖି କରା ଯାଇଅଛି ।ଏହି ଦୁଇ ଦିନିଆ ସାଗର କବଚ ,ବା ମଗ ଡ୍ରିଲ କୁ ପୁରୀ ଜିଲ୍ଲା ର ଅତିରିକ୍ତ ଏସ ,ପି ଶ୍ରୀ ବିଷ୍ଣୁ ପ୍ରସାଦ ପତି,ପରିଚାଳନା କରୁଥିବା ବେଳେ,ଅସ୍ତରଙ୍ଗ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରାଜେଶ ବଳିଆର ସିଂ,ସବ୍ ଇନିସପକ୍ଟର ସଂଗ୍ରାମ କେଶ୍ୱରୀ ସ୍ବାଇଁ ଓ ଦୀପକ କୁମାର ସାମନ୍ତ ସିଂହାର ପ୍ରମୁଖ ଏହି ଦୁଇ ଦିନିଆ ସାଗର କବଚ ବା ମଗଡ୍ରିଲ କୁ ତଦାରଖ ସହ ଜଳପଥ ସ୍ଥଳ ପଥ ପେଟ୍ରୋଲିଙ୍ଗି କୁ କଡାକଡି କରି ଛନ୍ତି ।
ଉପକୂଳ ସୁରକ୍ଷା ଓ ଜଳପଥ ଆତଙ୍ଗ ବାଦି ହାମାଲା କୁ ପ୍ରତିହତ କରିବା ଏହି ମଗଡ୍ରିଲ ର ମୁଲ ଲକ୍ଷ୍ୟ ବୋଲି ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆର ସିଂ ଏକ ସାକ୍ଷାତ କାରରେ କହିଛନ୍ତି ।