ଦାସପୁର ଓ ତେରପେଣ୍ଠ ରେ ପାଳିତ ଗଣେଶ ପୂଜା ପେଣ୍ଡାଲ ବୁଲିଲେ ପୂର୍ବତନ ମେୟର ପିଣ୍ଟୁ ଦାସ।


ଗୋପାଳପୁର,୨୧/୦୯ ଗଣେଷ ପୂଜାରେ ଦୁଲୁକୁଛି ଗାଆଁ ଠାରୁ ସହର । ପ୍ରତ୍ୟେକ ପୂଜା ମଣ୍ଡପରେ ପ୍ରଭୁ ଗଜାନନଙ୍କ ସୁନ୍ଦର ପ୍ରତିମା କୁ ଝଲକୁଛି ଆଲୋକ ମାଳା । ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଦାସପୁର ଗ୍ରାମ ଓ ତେରପେଣ୍ଠ ଗ୍ରାମବାସୀ ଙ୍କ ନିମନ୍ତ୍ରଣ ରକ୍ଷା କରି ଗୁରୁବାର ସଂଧ୍ୟାରେ ଗଣେଷ ପୂଜାରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସ,ବିଜେପି ନେତା ଉତ୍ତମ ପାଣିଗ୍ରାହୀ ଓ ବିଜେପି ବ୍ରହ୍ମପୁର ବିଧାନସଭା ପାର୍ଥିନି ସବିତା ସୁଆର । ଶତାଧିକ ମହିଳା ଓ ପୁରୁଷ ଗ୍ରାମବାସୀ ଅତିଥି ଙ୍କୁ ବାଣ ଫୁଟାଇ ବାଜା ବଜାଇ ସ୍ଵାଗତ କରିବା ସହ ପୂଜା ମଣ୍ଡପ କୁ ପାଛୋଟି ନେଇଥିଲେ । ପରେ ଗ୍ରାମବାସୀ ଓ ପୂଜା କମିଟି ଙ୍କ ସହ ପୂଜା ଅର୍ଚ୍ଚନା ଓ ମଙ୍ଗଳ ଆଳତି ରେ ସାମିଲ ହୋଇଥିଲେ ଅତିଥି । ଏହି ଅବସରରେ ଉଭୟ ଗ୍ରାମବାସୀ ଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।