Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ଏବଂ ସ୍ଵେଚ୍ଛାସେବୀ ମାନଙ୍କ ମିଳିତ ସହଯୋଗରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ। ୧୨୨ ୟୁନିଟ୍ ରକ୍ତ ସଂଗ୍ରହ।

ଗୋପାଳପୁର,୨୨/୦୯ ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ ଭାଲିଆଗଡ ଗଡ଼ କାଳୁଆ ସ୍ଥିତ ପାନ୍ଥନିବାସ ପରିସରରେ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ଏବଂ ସ୍ଵେଚ୍ଛାସେବୀ ମାନଙ୍କ ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି Iଆୟୋଜିତ ଶିବିର କୁ ବ୍ଲକ ବିଡ଼ିଓ ବିଶ୍ବଜିତ ରାୟ,କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ,ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ନିଜେ ଆଇଆଇସି ଶ୍ରୀ ମହନ୍ତ ଉତ୍ସାହର ସହିତ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ,। ରକ୍ତଦାନ ଏକ ମହତ୍ କାମ ଏହି ମହତ କାର୍ଯ୍ୟରେ ରକ୍ତଦାନ କରି କାହାର ଜୀବନ ବଞ୍ଚାଇପାରିବା ତେଣୁ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଅତିଥି ମାନେ ମତପୋଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ କୋଠାରିସିଂ ସରପଞ୍ଚ ଦୁର୍ଯୋଧନ ରେଡ଼ି ,ସମିତି ସଭ୍ୟ ଆଶିଷ ରାଉଳ, ସମାଜସେବୀ ଡି.ଭରତ, ହଳଦିଆ ପଦର ସମିତି ସଭ୍ୟ ପ୍ରବୀଣ କୁମାର,କେ ମାଧବ, ହରିଶ୍ଚନ୍ଦ୍ର ନାୟକ , ମିନାକ୍ଷୀ ନାୟକ,ଡି ବୃନ୍ଦା,ସିଏଚ ନରେଶ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ କରିବା ପାଇଁ ଆସିଥିବା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବର ସାମ୍ବାଦିକ ମାନଙ୍କ ମଧ୍ୟରେ ସଭାପତି ରାଜୀବ ଲୋଚନ ମିଶ୍ର,ଉପ ସଭାପତି ଦିଲୀପ ସାହୁ , ସମ୍ପାଦକ ମୁନା ପଟ୍ଟନାୟକ,ସହ ସମ୍ପାଦକ ଟୁଟୁ ମହାପାତ୍ର, କୋଷାଧ୍ୟକ୍ଷ ନବୀନ ଆଚାରୀ, , ଉପଦେଷ୍ଟା ବାବୁ ପଟ୍ଟନାୟକ, ନରସିଂହ ରାଓ,ଅନିଲ ପଟ୍ଟନାୟକ , ପିଣ୍ଟୁ ବେହେରା, ସ୍ବାଧିନ ସାହୁ,ସୁଦର୍ଶନ ରାଉଳ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା ।ଏହି ଶିବିରରେ କୋଠାରସିଂ, ଭାଲିଆଗଡ,ଘାଟି କାଳୁଆ ଗ୍ଥାମର ଉତ୍ସାହୀ ମହିଳା ଓ ଯୁବକଙ୍କ ସମେତ ପାଲୁର ହିଲ୍ ସ୍ଥିତ ନିଷ୍ଟ ସ୍ଵୟଂଶାସିତ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଙ୍କ ସମେତ
ମୋଟ ୧୨୨ ଜଣ ରକ୍ତଦାତା ଏହି ରକ୍ତଦାନ ଶିବିରରେ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ଏମକେସିଜି ମେଡିକାଲ କଲେଜର ରକ୍ତ ଭଣ୍ଡାରର ଡାକ୍ତର ସି ଆର ସ୍ୱାଇଁ, ଗୋପାଳ କୃଷ୍ଣ ପଣ୍ଡା,ସୁଶାନ୍ତ କୁମାର ପାଣିଗ୍ରାହୀ, ରମେଶ ଚନ୍ଦ୍ର ପାତ୍ର, ବାପୁନି ବେହେରାଙ୍କ ସମେତ ଏମକେସିଜି ରକ୍ତ ଭଣ୍ଡାରର କର୍ମଚାରୀ ମାନେ ନିୟୋଜିତ ରହି ରକ୍ତ ସଂଗ୍ରହ କରିଥିଲେ। ଆଗାମୀ ଦିନରେ ପ୍ରେସ କ୍ଲବ ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳରେ ଜନହିତକର କାର୍ଯ୍ୟକ୍ରମ ମାନ କରାଯିବାକୁ ସଭ୍ୟ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories