ଘୁମୁସର କଳା ମଣ୍ଡଳ ଅନୁଷ୍ଠାନର ଜାଗୃତି ନାଟ୍ୟ ଉଛବ


ବେଲଗୁଣ୍ଠା, 22/09,ଗୋବରା ବିଶ୍ୱଭାରତୀ ପରିସରରେ ଘୁମୁସର କଳାମଣ୍ଡଳ ଅନୁଷ୍ଠାନ ଆନୁକୂଲ୍ୟରେ ଜାଗୃତି ନାଟ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର କର୍ମକର୍ତ୍ତା ଶିବଶଙ୍କର ତ୍ରିପାଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ I ଏହି ଅବସରରେ ନାଟ୍ୟକାର ପ୍ରଫୁଲ ବେହେରା, ଆଦିକନ୍ଦ ଗୌଡ଼ ଏବଂ ପିତାମ୍ବର ପରିଡା ନିଜର ନାଟ୍ୟ ଅନୁଭୂତି ବଖାଣି ଥିଲେ I ଏହି ନାଟ୍ୟ ଉତ୍ସବରେ ପ୍ରଫୁଲ ବେହେରଙ୍କ ନାଟକ ଶରଶଯ୍ୟା, ଆଦିକନ୍ଦ ଗୌଡ଼ଙ୍କ ନାଟକ ମୋ ବୋଉ ମିଛ କହିଥିଲେ, ପିତାମ୍ବର ପରିଡ଼ାଙ୍କ ନାଟକ ଫିଲ୍ମ ସୁଟିଂ ଏବଂ ପ୍ରଶାନ୍ତ ବିଷୋୟୀଙ୍କ ନାଟକ ବୁଢ଼ା ଶଙ୍ଖାରି ପରିବେଷଣ ହୋଇଥିଲା I ନାରାୟଣ ମହାରଣା ମଞ୍ଚସଜା କରିଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଅଶୋକ ମହାପାତ୍ର ସହଯୋଗ କରିଥିଲେ I ଏହିଭଳି କାର୍ଯ୍ୟକ୍ରମକୁ ଅତିଥିମାନେ ଭୁୟସୀ ପ୍ରଶଂସା କରିବା ସହିତ ମଞ୍ଚନାଟକର ବ୍ୟାପକ ପ୍ରଚାର ପ୍ରସାର ତଥା ନୂଆ ପିଢ଼ିର ପ୍ରତିଭାମାନଙ୍କୁ ସୁଯୋଗ ଏବଂ ଉତ୍ସାହିତ କରିବାର ଏହା ଏକ ଅଭିନଵ ପ୍ରୟାସ ବୋଲି ଅତିଥିମାନେ ପ୍ରକାଶ କରିଥିଲେ I ବହୁ ଛାତ୍ରଛାତ୍ରୀ ଏବଂ ଦର୍ଶକ ଉତ୍ସବକୁ ଉପଭୋଗ କରିଥିଲେ I ବିଶ୍ୱ ଭାରତୀ ଅନୁଷ୍ଠାନର ଅଧକ୍ଷ କୁଞ୍ଜବିହାରି ନାୟକଙ୍କ ସହ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ନାଟ୍ୟକାର ଆଦିକନ୍ଦ ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I