ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ…..


ଲକ୍ଷ୍ମୀପୁର ୨୨.୦୯ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଶହୀଦ୍ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ, କୋରାପୁଟ, ର ସଖୀ (ୱାନ୍ ଷ୍ଟପ୍ ସେଣ୍ଟର) ସଂସ୍ଥା ପକ୍ଷରୁ ଓ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ୍ , ଜାତୀୟ ସେବା ଯୋଜନା ୟୁନିଟ୍ ଓ ମୋ କଲେଜ ଅଭିଯାନ ସହାୟତାରେ ନିର୍ଯ୍ୟାତିତ ମହିଳା ଏବଂ ବାଳିକା ମାନଙ୍କ ସମନ୍ୱିତ ସୁବିଧା ଓ ସହଯୋଗ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଯୁକ୍ତ ଦୁଇ ଅଧ୍ୟକ୍ଷ  ଗିରିଜା କୁମାର ଚୌଧୁରୀ ଉଦଘାଟନ କରି ଏହି ସଚେତନତା ଅଭିଯାନରେ ସବୁ ଛାତ୍ରୀମାନେ ସାମିଲ ହେବାକୁ କହିଥିଲେ।  ଏହି କାର୍ଯ୍ୟକ୍ରମରେ ସଖୀ କୋରାପୁଟ ର   କାଉନସିଲର ତାପସୀ ନାୟକ ଏବଂ କେସ ୱାର୍କର ସୁମିତ୍ରା ପ୍ରଧାନୀ ବାଳିକାମାନଙ୍କୁ ଏହି ସମ୍ଵନ୍ଧରେ ବିସ୍ତୃତ ଭାବରେ  ବର୍ଣ୍ଣନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପିକା  ମୌତସି ପ୍ରଧାନ, ଅଧ୍ୟାପକ ଲକ୍ଷ୍ମୀକାନ୍ତ ଟାକ୍ରୀ, ଟଙ୍କଧର ନାଏକ ଉପସ୍ଥିତ ରହି ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ସହଯୋଗ କରିଥିଲେ ।