Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇଟି ପୃଥକ ଘଟଣାରେ ଜଣେ ମୃତଦୁଇ ଆହତ..

ଲକ୍ଷ୍ମୀପୁର ୨୨।୦୯.. ଏକ ଅଜଣା ଗାଡ଼ି ଧକ୍କାରେ ଆଜି ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ମୋଟରସାଇକେଲ ଦୁର୍ଘଟଣା ରେ ଦୁଇଜଣ ଆହତ ହୋଇଛନ୍ତି ।ମୃତକ ଙ୍କ ମଧ୍ୟରେ  ଲକ୍ଷ୍ମୀପୁର ଥାନା ପିପଳପଦର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେବଡି ଗାଁ ର ଅନି ନାଚିକା।ଅନି ଗୁରୁବାର ରାତିରେ ନିଜ ଘରୁ ବାହାରି ଗାଁ ରେ ହୋଇଥିବା ଗଣେଶ ପୂଜା ପାଖରେ କିଛି ସମୟ ବସିବା ପରେ ତାଙ୍କର ଚାଷ ଜମି ପାଖରେ ଥିବା କୁଡିଆକୁ ଶୋଇବା ପାଇଁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକା ଦେଇ ଚାଲି ଯାଇଥିଲା।ଗାଡ଼ି ଧକ୍କାରେ ସେ ରାସ୍ତା କଡ଼ରେ ଥିବା ନାଳିଆରେ ପଡ଼ି ରାତି ସାରା ରହିଥିଲେ।ଆଜି ସକାଳେ କିଛି ଲୋକ ତାଙ୍କୁ ସେଠାରୁ ଉଧାର କରି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।ପରିବାର ଲୋକେ ଖବର ଶୁଣିବା ପରେ ଘଟଣା ସ୍ଥଳକୁ ଯାଇ ଆମ୍ବୁଲାନ୍ସ ଜରିଆରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଥିଲେ।ସେଠାରେ ତାଙ୍କୁ ଚିକିତ୍ସା  କରୁଥିବା ଡ଼ାକ୍ତର ମୃତ ଘୋଷଣା କଲା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ପରେ ପରିବାର ଲୋକେ ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କଲା ପରେ ଥାନାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଚି।ଏନେଇ ମୃତକ ଜଣକ ଗରିବ ଶ୍ରେଣୀର ହେଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ସେହିପରି ଦୁଇଟି ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି।ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ନାର୍ଶିକାଇପଦର୍ ଗାଁ ର ଅଜୟ ମିଣିଆକା ତାଙ୍କ ସାଙ୍ଗ ଇନି ମିଣିଆକା ସହ ନିଜ ବାଇକରେ କୌଣସି କାମରେ ଲକ୍ଷ୍ମୀପୁର ଆସୁଥିବା ବେଳେ ସାମନା ପଟୁ ବାଇକ୍ ଧରି ଆସୁଥିବା ଅକ୍ଷୟ ନାଗ ଧକା ଦେଇଥିଲା।ଫଳରେ ତିନିଜଣ ରାସ୍ତା ଉପରେ ପଡି ଯାଇଥିଲେ।କିଛି ଲୋକ ଏହା ଦେଖି ସେମାନଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଥାନାରେ ଜଣାଇଥିଲେ।ଖବର ପାଇ ଲକ୍ଷ୍ମୀପୁର ପୋଲିସ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ବାଇକ୍ କୁ ଜବତ କରିବା ସହ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ