Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ଦଳକୁ ଏ ଯାଏ ମିଳିନି ଭିସା, ବାବର ଟିମଙ୍କ ଏହି ଯୋଜନା ଫସର ଫାଟିଲା

ନୂଆଦିଲ୍ଲୀ: ଆଇସିସି ବିଶ୍ଵକପକୁ ଆଉ କେଇଟା ଦିନ ବାକି ରହିଛି। ପାକିସ୍ତାନ ଅକ୍ଟୋବର ୬ରୁ ନିଜର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ ବାବର ଆଜମଙ୍କ ନେତୃତ୍ଵାଧୀନ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ହାଇଦ୍ରାବାଦେ ଭେଟିବ। ପୁଣି ପାକିସ୍ତାନକୁ ସେପ୍ଟେମ୍ବର ୨୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେହି ସମାନ ଗ୍ରାଉଣ୍ଡରେ ଅଭ୍ୟାସ୍ ମ୍ୟାଚ୍ ଖେଳିବ। କିନ୍ତୁ ପାକିସ୍ତାନ ଖେଳାଳିଙ୍କୁ ଏ ଯାଏ ଭିସା ମିଳିନାହିଁ। ତେଣୁ ବାବର ବିଗ୍ରେଡଙ୍କ ଏକ ଯୋଜନା ଫସର ଫାଟି ଯାଇଛି।

ପାକିସ୍ତାନ ଦଳର ଯୋଜନା ଥିଲା, ସମସ୍ତ ଖେଳାଳି ପ୍ରି ଓ୍ଵାର୍ଲ୍ଡ କପ୍ କ୍ୟାମ୍ପ ପାଇଁ ଦୁବାଇ ଯିବେ ଏବଂ ସେଠାରେ କିଛି ଦିନ ବିତାଇଥାନ୍ତେ। ଏହା ପରେ ପାକିସ୍ତାନୀ ଖେଳାଳି ଦୁବାଇରୁ ସିଧାସଳଖ ହାଇଦ୍ରାବାଦ ଯାତ୍ରା କରିବାର ଥିଲା। ମାତ୍ର ଭିସାରେ ବିଳମ୍ବ କାରଣରୁ ପାକିସ୍ତାନ ଦଳକୁ ନିଜର ଏହି ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦଳ ପ୍ରବନ୍ଧକ ଦୁବାଇର ପ୍ରି ଓ୍ଵାର୍ଲ୍ଡ କପ୍ କ୍ୟାମ୍ପକୁ ବାତିଲ୍ କରିଛନ୍ତି। କାରଣ ସେପ୍ଟେମ୍ବର ୨୨ ସୁଦ୍ଧା ପାକିସ୍ତାନ ଦଳକୁ ଭାରତ ଯାତ୍ରା ପାଇଁ ଭିସା ମିଳିନାହିଁ।

ଏବେ ପାକିସ୍ତାନ ଦଳ ଲାହୋରରୁ ସେପ୍ଟେମ୍ବର ୨୭ ଦୁବାଇ ଯାତ୍ରା କରିବେ। ପୁଣି ଦୁବାଇରୁ ହାଇଦ୍ରାବାଦ ଯାତ୍ରା କରିବେ। କୁହାଯାଉଛି, ପାକିସ୍ତାନ ଭିସା ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ଆବେଦନ କରିଛି। ତେଣୁ ଭିସା ମିଳିବାରେ ବିଳମ୍ବ ଘଟିଛି। ଦଳ ପ୍ରବନ୍ଧକ ଆଶା ରଖିଛନ୍ତି ଯେ, ପାକିସ୍ତାନ ଖେଳାଳି ଠିକ୍ ସମୟରେ ଭାରତ ପହଞ୍ଚିଯିବେ ଓ ଅଭ୍ୟାସ ମ୍ୟାଚ୍ ଖେଳି ପାରିବେ। ପାକିସ୍ତାନକୁ ବାଦ୍ ଦେଲେ ବାକି ୮ଟି ଦଳକୁ ଭାରତର ଭିସା ମିଳି ସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ