Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନିକିଆରେ ସଙ୍କଟର ବାଦଲ, ବର୍ଷାରେ ଧୋଇ ଯାଇପାରେ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍ ଆସନ୍ତାକାଲି ରବିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ମୋହାଲରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ଜିତିଥିବା ଭାରତ ଦ୍ଵିତୀୟ ମୁକାବିଲା ଜିତି ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆର ନଜର ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ଉପରେ ରହିଛି। କିନ୍ତୁ ମୁକାବିଲାକୁ ନେଇ ପ୍ରଶଂସକଙ୍କ ପାଇଁ ଆସିଛି ନିରାଶଜନକ ଖବର।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁଥିବା ଦ୍ଵିତୀୟ ଦିନିକିଆରେ ସଙ୍କଟର ବାଦଲ ଦେଖା ଦେଇଛି। ଇନ୍ଦୋରରେ ବର୍ଷାରେ ଏହି ମ୍ୟାଚ୍ ଧୋଇ ହୋଇ ଯାଇପାରେ। ପାଣିପାଗ ବିଭାଗ ଅନୁଯାୟୀ, ମ୍ୟାଚ୍ ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ହେଲେ ମଧ୍ୟ ପ୍ରଦେଶ କ୍ରିକେଟ୍ ଆସୋସିଏସନ ବର୍ଷାର ମୁକାବିଲା ପାଇଁ ଖାସ୍ ବନ୍ଦୋବସ୍ତ କରିଛି।

ପାଣିପାଗ ବିଭାଗ ଅନୁସାରେ, ସେପ୍ଟେମ୍ବର ୨୪ରରେ ମ୍ୟାଚ୍ ସମୟରେ ବାଦଲ ଛାଇ ରହିବ। ସନ୍ଧ୍ୟାରେ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି। ସକାଳେ ଝଡ଼ ତୋଫାନ ହେବାର ସମ୍ଭାବନା ମଧ୍ୟ ରହିଛି। ସନ୍ଧ୍ୟାରେ ବାଦଲ ଛାଇ ରହିବା ସହ ବର୍ଷାର ସମ୍ଭାବନା ରହିଛି। ତାପମାତ୍ରା ସର୍ବାଧିକ ୨୯ ଡିଗ୍ରୀ ସେଲସିୟସ ଯାଏ ରହିପାରେ।

ମଧ୍ୟ ପ୍ରଦେଶ କ୍ରିକେଟ୍ ସଂଘ କହିଛି, ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ବର୍ଷାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ବ୍ୟବସ୍ଥା କରିଛୁ। ଜଳ ନିଷ୍କାସନ ବ୍ୟବସ୍ଥାରେ ଅନେକ ସୁଧାର କରିଛୁ। ପଡ଼ିଆ ଓ ପିକୁ ଢାଙ୍କିବା ପାଇଁ ନୂତନ କଭର୍ସ କିଣା ଯାଇଥିବା ସଂଘ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ