Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ସମାଜସେବୀ ସୁବାଶିଷ ସାହୁ ଙ୍କ ବିଭିନ୍ନ ପୂଜା ମଣ୍ଡପ ଦର୍ଶନ!

ଗୋପାଳପୁର,୨୨/୦୯ ପବିତ୍ର ଗଣେଶ ପୂଜା ଅବସରରେ ସହର ଠୁ ଆରମ୍ଭ କରି ପୁରପଲ୍ଲୀ ରେ ଧୁମ ଧାମ ରେ ପ୍ରଭୁ ଗଣେଶ ଙ୍କ ପୂଜା ଅର୍ଚ୍ଚନା ଚାଲି ଥିବା ବେଳେ ରଙ୍ଗେଈଲୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମା ଅଞ୍ଚଳ ରେ ବି ଏହା ଦେଖିବାକୁ ମିଳିଛି।ଏହି ଅବସରରେ କନିସି ର ଯୁବ ସମାଜସେବୀ ସୁବାଶିଷ ସାହୁ (ବଣ୍ଟି ) ଙ୍କ ପକ୍ଷରୁ କନିସି ଗାଁ, କାର୍ତିପୁର, ଲଉଡ଼ି ଗାଁ, ମାର୍କଣ୍ଡି, ରା୍ଳବ, ରଙ୍ଗିପୁର ସହ ବିଭିନ୍ନ ଗ୍ରାମ କୁ ପରିଦର୍ଶନ ରେ ଯାଇ ପ୍ରଭୁ କୃପା ଲାଭ କରୁଛନ୍ତି।ଏହି ଅବସରରେ ପୂଜା କମିଟି ପକ୍ଷରୁ ବଣ୍ଟି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ବାଜା ବଜାଇ ପୂଜା ମଣ୍ଡପକୁ ବିରାଟ ପଟୁଆରରେ ପାଛୋଟି ନେଉଛନ୍ତି।ପ୍ରତିକ୍ରିୟା ରେ ସମାଜସେବୀ ଶ୍ରୀ ସାହୁ କହିଛନ୍ତି ଯେ, ଭଗବାନ ଙ୍କ ଆଶିଷ ମିଳିବା ଏବଂ ଅଞ୍ଚଳ ବାସି ଙ୍କ ଭଲ ପାଇବା ମିଳିବା ଏହା ବଡ ଗୌରବ ର କଥା, ଏବଂ ଆଗକୁ ଏହା ଜାରି ରହିବ ବୋଲି କହିଛନ୍ତି!

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories