Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଏଚଜି ଗ୍ରୁପ ଙ୍କୁ ମାଣ୍ଡିଆ କଳ ମାଗଣା ରେ ପ୍ରଦାନ…ସ୍ୱାବଲମ୍ବୀ ହୋଇପାରିବେ ମହିଳା…

ଲକ୍ଷ୍ମୀପୁର ୨୩।୦୯ ଓଡ଼ିଶା ମିଲଟ ମିଶନ ଓ ଲକ୍ଷ୍ମୀପୁର କୃଷି ବିଭାଗ ଆନୁକୁଲ୍ୟରେ  କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ନାହାକଙ୍କ ଅଧ୍ୟକ୍ଷତାରେ ମାଣ୍ଡିଆଚୁନା କଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଲକ୍ଷ୍ମୀପୁର କୃଷି ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶୁଆଇ କୁଲେଶିକା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଉପାଧ୍ୟକ୍ଷା ଆରତୀ କୁଲଦୀପ,ସାଂସଦଙ୍କ ବ୍ୟକ୍ତିଗତ ସଚିବ କେଶବ ସଗରିଆ,ସରପଞ୍ଚ ଶ୍ୟାମସୁନ୍ଦର ତାଡିଙ୍ଗ,ଓଭରସିଅର ବୀଣା ଦାସ ଓ ପୂର୍ଣ୍ଣ ଚନ୍ଦ୍ର ଶବର,ସମିତି ସଭ୍ୟା ନୟନା ମାଣ୍ଡିଙ୍ଗା ,ନାୟବ ସରପଞ୍ଚ ପ୍ରଭାସିନୀ ମାଣ୍ଡିଙ୍ଗା ,
ୱାସନ କମ୍ପାନୀର ଜିଲ୍ଲା ସଂଯୋଜକ ଚରଣ ଟୁଡୁ ଯୋଗ ଦେଇ ମାଣ୍ଡିଆ ଉପକାରିତା ଉପରେ ବୁଝାଇବା ସହ ମାଣ୍ଡିଆରେ ତିଆରି ବିଭିନ୍ନ ସାମଗ୍ରୀ ବିଷୟରେ ବୁଝାଇଥିଲେ।ଆଗରୁ ଚକି ମାଧ୍ୟମ ରେ ଘରେ ବସି ମହିଳା ମାନେ ମାଣ୍ଡିଆକୁ ଚୁନା କରି ସମୟ ନଷ୍ଟ କରୁଥିଲେ ଏବେ କିନ୍ତୁ ଏହି କଳ ଦ୍ଵାରା ସ୍ବଳ୍ପ ସମୟରେ ମାଣ୍ଡିଆ ଚୁନା କରି ହେବ,ସମୟ ନଷ୍ଟ ହେବନି,ଗ୍ରୁପର ମହିଳା ମାନେ ମାଣ୍ଡିଆ ଚୁନା କରି ପ୍ୟାକେଟ ମାଧ୍ୟମରେ ବିକ୍ରି କରି ମଧ୍ୟ ଲାଭବାନ ହୋଇ ପାରିବେ ବୋଲି ଅତିଥି ମାନେ କହିଥିଲେ।ବର୍ଷକୁ କେତେ ଥର ମାଣ୍ଡିଆ ଚାଷ ହୁଏ ଓ କେଉଁ ପ୍ରଣାଳୀରେ ଚାଷ କଲେ ଚାଷୀ ଲାଭବାନ ହେଇ ପାରିବ ତାହା ଉପରେ କୃଷି ଅଧିକାରୀ ଶ୍ରୀଯୁକ୍ତ ନାହାକ ବୁଝାଇ ଥିଲେ।
ଏହି ମାଣ୍ଡିଆ ମେସିନ କୃଷି ବିଭାଗ ଦ୍ଵାରା ବଣ୍ଟନ କରାଯାଇଥିବା ବେଳେ ୱାସନ୍ କମ୍ପାନୀ ସହଯୋଗ କରିଥିଲା।
ସିୱାଇଏସଡି ସଂସ୍ଥାର ବ୍ଲକ୍ ସଂଯୋଜକ ଚିତ ରଞ୍ଜନ ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ସିଇଓ ଶ୍ୟାମ ବିଶୋଇ, ଟିମା ମିଣୀଆକାଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ସମୁଦାୟ ୧୫ଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମାଣ୍ଡିଆ କଳ  ମାଗଣା ରେ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ