Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏସଏସ ଦିବସ ପାଳିତ

ଲକ୍ଷ୍ମୀପୁର ୨୪.୦୯ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ୟୁନିଟ୍, ଯୁବ ରେଡକ୍ରସ ୟୁନିଟ୍ ଓ ମୋ କଲେଜ ଅଭିଯାନ ତରଫରୁ ଏନ୍ଏସ୍ଏସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୁ ମୁଦୁଲି ସ୍ଵେଚ୍ଛାସେବୀ ମାନଙ୍କୁ ସବୁବେଳେ ସେବା ମନୋବୃତ୍ତି ନେଇ କାମ କରିବାକୁ ପଡିବ ବୋଲି ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଧ୍ୟାପକ ମଧୁସୂଦନ ସାହୁ, ଅଧ୍ୟାପିକା ମହିମା ରାଣୀ ରାଜୁ, ଜୟଶ୍ରୀ ପଟ୍ଟନାୟକ, କିରାଣୀ ଆମରି ହିକ଼କା, ଆସିଷ୍ଟାଣ୍ଟ ଲାଇବ୍ରେରୀଆନ୍ ଏଙ୍କେଶ୍ୱର ଖରା, କର୍ମଚାରୀ ଏକାଦଶୀ ଟାକ୍ରୀ, ହରି ବିଶୋଇ, ଭଜ ବିଶୋଇ ଓ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଶ୍ରୀ ଦୁର୍ଯ୍ଯୋଧନ ସାହୁ ଓ ଯୁବ ରେଡକ୍ରସ ଅଧିକାରୀଣୀ ଅଧ୍ୟାପିକା ସନ୍ତୋଷିନୀ ଦାସ ପରିଚାଳନା କରିଥିଲେ। ଶେଷରେ ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ