Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟଛାତ୍ର ଙ୍କୁ ୨ ବର୍ଷ ନିମନ୍ତେ ବହିସ୍କାର ପରେ ହଷ୍ଟେଲ ଅନ୍ତେବାସୀ ଙ୍କ ଅଭିଯୋଗ ଶୁଣାଣୀ

ଗୋପାଳପୁର ୨୪/୯ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଆଜି ଅପ୍ରରାହ୍ନରେ ପରିସରରେ ଥିବା ରୁସୁକୂଲ୍ୟା, ବଂଶଧାରା, ନାଗାବଳି, ବାହୁଦା, ଛାତ୍ରାବାସ ସମେତ ଚିଲିକା, ଅଂଶୁପା, ଝଞ୍ଜାବତୀ, କୋଲାବ ଛାତ୍ରୀ ନିବାସର ଦ୍ୱିତୀୟ ବର୍ଷର ଅଧୟନ କରୁଥିବା ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ୱାଡେନ ପ୍ରଫେସର ସୁଧାକର ପାତ୍ର, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ଡେପୁଟି ୱାଡେନ ଡ଼. ସସ୍ମିତା ବେହେରା ମଂଚାସୀନ ଥିଲେ l ଛାତ୍ରଛାତ୍ରୀଙ୍କ ହଷ୍ଟେଲରେ ରହିଥିବା ପାନୀୟ ଜଳ, ମେସ, ସଫା ସୁତରା, ଲାଇବ୍ରେରୀ, ଜିମ, ୱାଇଫାଇ,ରାସ୍ତାର ରହିଥିବା ସମସ୍ୟା ଉପରେ ଅନ୍ତଃବାସୀ ମାନେ ଦୃଷ୍ଟି ଆକର୍ଷଣ କରିଥିଲେ l ଏ ନେଇ କୁଳପତି ଶୈକ୍ଷିକ ବାତାବରଣ ଉପରେ ଅଧିକ ଗୁରୁତ୍ୱ ଦେବା ସହ ସମୟନୁବର୍ତ୍ତିତା, ଶୃଙ୍ଖଳିତ, ପାଠପଢ଼ା, ଗବେଷଣା ଉପରେ ଧ୍ୟାନ ଦେବାକୁ କହିଥିଲେ l ଭଲ ମଣିଷ ହେଵାକୁ ପରାମର୍ଶ ଦେଇଥିଲେ l ଏବଂ ରହିଥିବା ସମସ୍ୟାକୁ ସମାଧାନ କରିବେ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମରେ ହଷ୍ଟେଲ ସୁପରିଟେଣ୍ଡେଟ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଟ, ଉନ୍ନୟନ ଅଧିକାରୀ ଡ଼. ସାରଦା ପ୍ରସାଦ ସାହୁ, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ,ପି ଏଚ ଡ଼ି ବିଭାଗର ଯନ୍ତ୍ରୀ ସୋରୋଜିନୀ କରଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ lଅନ୍ୟ ପଟେ ଶନିବାର ଦିନ ବିଶ୍ବବିଦ୍ୟାଳୟ ଟୁରିଜିମ ଏବଂ ଟ୍ରାଭଲେ ମ୍ୟାନେଜମେଣ୍ଟ ର ଦ୍ବିତୀୟ ବର୍ଷ ଛାତ୍ର ଦୁର୍ଗା ମାଧବ ପ୍ରଧାନ ଙ୍କୁ ଆସନ୍ତା ୨ ବର୍ଷ ନିମନ୍ତେ ବିଶ୍ଵବିଦ୍ୟାଳୟ ରୁ ବହିଷ୍କୃତ କରାଯାଇଥିବା ଘଟଣା ପରେ ବିଶ୍ବବିଦ୍ୟାଳୟ ରେ ଛାତ୍ର ଅଶାନ୍ତି ଦେଖାଦେଇଥିବାରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଛାତ୍ର ଙ୍କ ସମସ୍ୟା ର ସମାଧାନ ପାଇଁ ଆଜିର ଏହି ବୈଠକ ଡକଯାଇଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ ଗତ ୧ ବର୍ଷ ଧରି ବିଭିନ୍ନ ସମୟରେ ହଷ୍ଟେଲ ରେ ରହୁଥିବା ବିଦ୍ୟାର୍ଥୀ ଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଙ୍କ ପକ୍ଷରୁ ଏହାକୁ ଅଣଦେଖା କରାଯାଇ ଆସୁଥିଲା। କିନ୍ତୁ ଆଗାମୀ ଛାତ୍ର ବହିଷ୍କୃତ ଘଟଣା ପରେ ଛାତ୍ର ଆନ୍ଦୋଳନ ଦେଖା ଦେବା ଆଶଙ୍କା ବଢ଼ି ଯାଇଥିବାରୁ ଏପରି ଆଲୋଚନା କରି ଛାତ୍ର ଙ୍କୁ ଦବାଇବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବିଦ୍ୟାର୍ଥୀ ମାନେ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories