Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାବିନୀପୁର ଠାରେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଗୋପାଳପୁର,୨୫/୦୯ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାବିନୀପୁର ଠାରେ ଥିବା ଠାକୁରାଣୀ ମନ୍ଦିର ର ନବକଳେବର ସହ ପାର୍ଶ୍ଵ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜି ସମାପନ ହୋଇଯାଇଛି।ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହ କାର୍ଯ୍ୟକ୍ରମରେ ଘୃତଯଞ ସହ ନାମ ସଂର୍କୀତନ ସହ ପାର୍ଶ୍ଵ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା।ଆଜି ଅନୁଷ୍ଠିତ ଉଦଯାପନ ଦିବସରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟି ସଭାପତି ଲୋକନାଥ ଦାସ,ହରି ମହାରଣା,ହିନ ସାହୁ, ଦୁଃଶାସନ ସାହୁ, ନରେଶ ସାହୁ,ସୁରେନ ପାଳ,ଲିଟୁ ପାଢ଼ୀ, ବାବୁଲା ସାହୁ, ସଂଗ୍ରାମ ଆଚାର୍ଯ୍ୟ, ବାବୁଲା ଶତପଥୀ, ବିପ୍ରଚରଣ ସାହୁ, ସରପଞ୍ଚ ଇଂ ରଞ୍ଜିତ କୁମାର ସାହୁ, ସମିତି ସଭ୍ୟ ଦୁର୍ଯ୍ୟୋଧନ ରାଉଳ, ଜିଲ୍ଲା ପରିଷଦ ପ୍ରତିନିଧି ରାଜେନ୍ଦ୍ର ଦାସ ଙ୍କ ସମେତ ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories