Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକଣ୍ଡାର ଓଡ଼ିଆ ଡାକ୍ତର ଙ୍କୁ ଏସିପି ଆୱାର୍ଡ

ଅତାବିରା,24/9- ବରଗଡ଼ ଜିଲା ସରକଣ୍ଡା ଗ୍ରାମର ଯୁବ ଡାକ୍ତର ମେଘନାଦ ମେହେରଙ୍କୁ ଶନିବାର ଆମେରିକାନ କଲେଜ ଅଫ୍ ଫିଜିସିୟାନ୍ (ଏସିପି ) ସଂମ୍ମାନରେ ସଂମ୍ମାନିତ କରାଯାଇଛି l ଶନିବାର ରାତ୍ରିରେ ଆମେରିକାନ କଲେଜ ଅଫ୍ ଫିଜିସିୟାନ୍ ପକ୍ଷରୁ ଭୁବନେଶ୍ୱରରେ ଅଷ୍ଟମ ବାର୍ଷିକ ସମ୍ମିଳନୀ ଅବସରରେ ଡ଼ା. ମେହେରଙ୍କୁ ଏହି ମର୍ଯ୍ୟାଦାସମ୍ପନ୍ନ ଆୱାର୍ଡ ପ୍ରଦାନ କରାଯାଇଛି। ଡ଼ା. ମେଘନାଦ ମେହେର ବର୍ତ୍ତମାନ ଭୁବନେଶ୍ୱର ସମ ହସ୍ପିଟାଲରେ ମେଡ଼ିସିନ ବିଭାଗ ଆସିଷ୍ଠାନ ପ୍ରଫେସର ଭାବେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି l ଏଥିରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ଡାକ୍ତର, ମେଡିସିନ୍ ସ୍ପେଶାଲିଷ୍ଟ, ଡେଲିଗେଟ୍ସ ମାନେ ଯୋଗ ଦେଇଥିଲେ l ମେଡିସିନ ସର୍ମ୍ପକିତ ବିଭିନ୍ନ ରୋଗ ବିଷୟରେ ଆଲୋଚନା କରାଯାଉଛି। ଜୁନିୟର ଡାକ୍ତର ସିନିୟରଙ୍କଠୁ ଶିଖିବାର ଆବଶ୍ୟକତା ରହିଥିବା ଏବଂ ପ୍ରତି ମୁହୂର୍ତ୍ତ ରେ ଚିକିତ୍ସକ ନିଜେ ନିଜକୁ ଉପଗ୍ରେଟେଟ ରଖିବା ଉଚିତ ଯଦ୍ଦ୍ୱାରା ଜଣେ ରୋଗୀଙ୍କୁ ସହଯୋଗ କରିହେବ ବୋଲି ଡ଼ା. ଅଶୋକ ମହାପାତ୍ର କହିଥିବା ବେଳେ ଏପରି ସମ୍ମିଳନୀ ମାଧ୍ୟମରେ ମିଳିଥିବା ଜ୍ଞାନର ବ୍ୟବହାରର ଉପକାର ରୋଗୀଟିଏ ହିଁ ପାଇବ ବୋଲି ଡ଼ା. ଜୟନ୍ତ ପଣ୍ଡା କହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ