ଲରମ୍ଭାରେ ଆଞ୍ଚଳିକ ନୁଆଁଖାଇ ଭେଟଘାଟ, ସମ୍ୱର୍ଦ୍ଧିତ ହେଲେ ପ୍ରତିଭା


ଅତାବିରା,25/9-ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା କଲେଜପଡିଆରେ “ଆଞ୍ଚଳିକ ନୁଆଁଖାଇ ଭେଟଘାଟ ” ହୋଇଯାଇଛି । ଏ ଅବସରରେ ସ୍ଥାନୀୟ ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟିକା ସ୍ନେହାଙ୍ଗିନୀ
ଛୁରିଆ ମୁଖ୍ୟ ଅତିଥ୍‌, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷିକ ମନୋରଞ୍ଜନ ସାହୁ ମୁଖ୍ୟ ବକ୍ତା , ଅବସରପ୍ରାପ୍ତ ଅଧ୍ୟାପକ କେଶରଞ୍ଜନ ପଧାନ,ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ପ୍ରମୋଦ କୁମାର ଭୋଇ , ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୁଆଁଖାଇ ଭେଟଘାଟ କମିଟି ସଭାପତି ଭାରତ ସରାପ, ଉପ ସଭାପତି ବିନୟ ନାୟକ, ସଂପାଦକ ନିର୍ମଳ ଚନ୍ଦ୍ର ଭୋଇ ପ୍ରମୁଖ ମଞ୍ଚସିନ ଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ କେଶବ ଛନ୍ଦ ଓ କୈଳାସ ସେଠଙ୍କ ପ୍ରତ୍ୟକ୍ଷ ପରିଚାଳନାରେ କଳାକାର ମାନେ ନିଜନିଜ କଳା ପରିବେଷଣ କରିଥିଲେ l ଏ ଅବସରରେ ଲରମ୍ଭା ଓ ଟାମ୍ପରସରାର ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ଆଣିଥିବା ଯଥାକ୍ରମେ ରୋହିତ ବାରିକ, ମୁସ୍କାନ ଭୋଇ, ଏ ଅଞ୍ଚଳର ଚାରିଜଣ ଓ.ଏ.ଏସ. ପାଇଥିବା ଶିବ ଚରଣ ନାୟକ, ଶ୍ଵେତାଲିନା ମାହାଣା, ସମୀକ୍ଷା ନାୟକ, ଲିପକ ରଞ୍ଜନ ଖୁଲାଡୀ, ଚାରିଜଣ ଡାକ୍ତରୀ ଛାତ୍ରୀଛାତ୍ର, ଶାରୀରିକ ଅକ୍ଷମ ବ୍ୟକ୍ତି ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରା ଯାଇଥିଲା l ସଭା ଶେଷରେ ଅଧ୍ୟାପକ ପବିତ୍ର କୁମାର ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ l