Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ରେ ଜାତୀୟ ଗ୍ରାମୀଣ ମେଧା ଅନ୍ୱେଷଣ ପରୀକ୍ଷା

ଲକ୍ଷ୍ମୀପୂର ୨୫/୦୯ .. ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ଗ୍ରାମୀଣ ମେଧା ଅନ୍ୱେଷଣ ପରୀକ୍ଷା-୨୦୨୩ ସକାଳ ୧୦ ଟାରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି। ଲକ୍ଷ୍ମୀପୁର ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ୧୧୪ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୧୧ ଜଣ ପରୀକ୍ଷା ଦେଇ ଥିବା ବେଳେ ୩ ଜଣ ଅନୁପସ୍ଥିତ ଥିଲେ।ଉକ୍ତ ପରୀକ୍ଷାରେ ଅଧିକ୍ଷକ ଭାବେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ,ଉପ ଅଧିକ୍ଷକ ଭାବେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ନିୟୋଜିତ ହୋଇ ଥିବା ବେଳେ, ନିରୀକ୍ଷକ ଭାବେ ଶିକ୍ଷକ ସପନ କୁମାର ଦିକ୍ଷୀତ, ଶଙ୍କର ଗୁଡୁମ୍ବକା, ସୁକାନ୍ତ ଯାଦବ, ପ୍ରିୟଙ୍କା ବିଶୋଇ, କସ୍ତୁରୀ ଶବର ଓ ମାଧୁରୀ ଲେଙ୍କା ସୂଚାରୁ ରୁପେ ପରୀକ୍ଷା ନିରୀକ୍ଷଣ କାର୍ଯ୍ୟ ତୁଲାଇଥିଲେ । ସଂଯୁକ୍ତା ତୁରୁକ ଓ ନୂତନ ଚେଟୀ ପରୀକ୍ଷା ପରିଚାଳନା ରେ ସାହାଯ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ