Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲେଜ ରେ ତାଲା, ପାଠ ପଢି ନପାରି ଫେରିଲେ ଛାତ୍ର ଛାତ୍ରୀ..

ଲକ୍ଷ୍ମୀପୂର ୨୫.୦୯… ଯୁକ୍ତ ୩ ବିଭାଗ ୬୬୨ ବର୍ଗ ର ରାଜ୍ୟ ଅଧ୍ୟାପକ ଓ କର୍ମଚାରୀ ସଂଘ ର  ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ର  ଆନ୍ଦୋଳନ ଓ ସମର୍ଥନ ରେ ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି। ମହାବିଦ୍ୟାଳୟ ରେ ୭ଜଣ ଅଧ୍ୟାପକ ଅଧ୍ୟାପିକା ରହିଥିବା ବେଳେ ଭୁବନେଶ୍ୱର ରେ ହେଉଥିବା ଆନ୍ଦୋଳନ ରେ ଅନେକ ସାମିଲ ହୋଇଥିବା କାରଣରୁ ନାମକୁ ମାତ୍ର ମହାବିଦ୍ୟାଳୟ ଖୋଲା ଯାଇଥିଲେ ସୁଧା ପାଠ ପଢା ହୋଇ ନଥିଲା। ଯୁକ୍ତ ୩ରେ ସାତ ସହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିନା ପାଠ ପଢା ରେ ସେମାନେ ଫେରିଥିଲେ। ଏହି ଆନ୍ଦୋଳନ ଦୁଇଦିନ ପାଈଁ କରାଯାଉଥିଲେ ମଧ୍ୟ ସଂଘ ପରବର୍ତୀ ନିଷ୍ପତି ପରେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ସୂଚନା ଦିଆଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଜୁ ମୁଦୁଲି, ମଧୁସୂଦନ ସାହୁ ପ୍ରମୁଖ କଲେଜ ରେ ଉପସ୍ଥିତ ଥାଇ ଆନ୍ଦୋଳନ ରେ ସାମିଲ ହୋଇଥିଲେ। ସମାନ ଗ୍ରେଡ଼ ପେ କୁ ସମାନ ଦରମା ଏବଂ ଅନ୍ୟାନ୍ୟ ସେବା ସର୍ତବଳି କୁ ନେଇଁ ଧାରଣା ରେ ରହିଛନ୍ତି ଯୁକ୍ତ ତିନି ଅଧାପକ ସଂଘ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ