Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଛ ଫୁଟ ଲମ୍ବର ବାରିପୋଟଳ ଦେଖିବାକୁ ବେଲଗୁଣ୍ଠାରେ ଲୋକଙ୍କ ଭିଡ଼

ବେଲଗୁଣ୍ଠା, 25/09,ବେଲଗୁଣ୍ଠା ନିକଟସ୍ଥ ଲୁଣିଝୋଳା ଗ୍ରାମର. ମୂରଲୀ ନାୟକ ନିଜ ବାଡ଼ିରେ କିଛି ବାଡ଼ି ପୋଟଳ ଗଛ ଲଗାଇଥିବା ବେଳେ ଆଜି ସେ ଆଠଟି ପୋଟଳ ତୋଳିଥିଲେ I ସତ୍ୟ କୁମାର ନାୟକ ନାମକ ଜନୈକ ବ୍ୟକ୍ତି ମୂରଲୀ ନାୟକଙ୍କ ବାଡ଼ିରୁ ଏକ ଆଶ୍ଚର୍ଯ୍ୟଜନକ ବାଡ଼ି ପୋଟଳ ବେଲଗୁଣ୍ଠାକୁ ଆଣିଥିଲେ I ପୋଟଳଟିର ଲମ୍ୱ ପ୍ରାୟ ଛଅ ଫୁଟ ରହିଥିବା ବେଳେ ତାହାର ଓଜନ ବାରଶହ ଗ୍ରାମ୍ ରହିଥିଲା I ପୋଟଳଟି ଏତେ ଲମ୍ବ ହୋଇଥିବା ଯୋଗୁଁ ପୋଟଳଟିକୁ ଦେଖିବା ପାଇଁ ଲୋକ ରୁଣ୍ଡ ହୋଇଯାଇଥିଲେ I ତେବେ ହାଇବ୍ରିଡ଼ ପୋଟଳ ବିହନ ଆଣି ବାଡ଼ିରେ ଲଗାଇଥିବା ଯୋଗୁଁ ନିଜ ବାଡ଼ିରେ ଚାଳିଶିରୁ ପଚାଶଟି ଏହି ପ୍ରକାର ଲମ୍ବା ପୋଟଳ ଫଳିଥିବା ମୂରଲୀ ପ୍ରକାଶ କରିଥିଲେ I