ବେଲଗୁଣ୍ଠା, 25/09, ବିଭିନ୍ନ ସରକାରୀ ଜନକଲ୍ୟାଣମୂଳକ ଯୋଜନାକୁ ଗ୍ରାମ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ବେଲଗୁଣ୍ଠା ପଂଚାୟତ ସମିତିରେ ଲୋକକଳା ଦଳଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ତଥା ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ବ୍ଳକ୍ ଲୋକକଳା ଓ ସଂସ୍କୃତି ଉପସଭାପତି ନିକୁଞ୍ଜ ଖଣ୍ଡୁଆଳ,ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ନାଥ ସାହୁ, ଜିଲ୍ଳା ସ୍ତରୀୟ ପ୍ରଶିକ୍ଷକ ଜଗଦୀଶ ପାଣିଗ୍ରାହୀ, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଅବସରରେ ଲୋକକଳାକାର ମାନେ କିପରି ନିଜର ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ୍ ଯୋଜନା, ମମତା ଯୋଜନା,ମିଶନ୍ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଓ ବିନା ସୁଦ୍ଧରେ ଋଣ ଯୋଜନା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆଦିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ଜିଲ୍ଳା ସ୍ତରୀୟ ପ୍ରଶିକ୍ଷକ ଜଗଦୀଶ ପାଣିଗ୍ରାହୀ 53 ଟି ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ଧନ୍ୟବାଦ ଜ୍ଞାପନ କରିଥିଲେ I ବ୍ଲକ୍ କର୍ମଚ଼ାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I