Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି-ଗୋବିନ୍ଦତୋଲା ରାସ୍ତାକୁ ନେଇ ଦୁନିଆଁ ବିବ୍ରତ:ପୌରପ୍ରଶାସନ ନୀରବ ଦ୍ରଷ୍ଟା,୫ଟି କୁ ନେଇ ସମ୍ବଲପୁର ସନ୍ଧିହାନ

ସମ୍ବଲପୁର:ରାଜଧାନୀରୁ ଆସୁଥିବା ସବୁ ବଡ ବଡ ଅଧିକାରୀ,.ମନ୍ତ୍ରୀ,ବିଧାୟକ ବୋଧ ହୁଏ ହେଲିକେପ୍ଟର ଉପରେ ନିର୍ଭରଶୀଳ।ତେଣୁ ଦେଖି ପାରୁନାହାଁନ୍ତି ସହରର ଦ୍ୱାର ଦେଶ ଧନୁପାଲି ଛକ ରୁ ଗୋବିନ୍ଦତୋଳା ରାସ୍ତା। ପ୍ରଶସ୍ତିକରଣ ନାଆଁ ରେ ଚାଲିଛି ପ୍ରଶାସନିକ ରାଜନୀତି। ଘରଦ୍ୱାର ଭଙ୍ଗା ହେଲା, ଲୋକେ ସହିଲେ l ଉଭୟ ପାର୍ଶ୍ଵ ରେ ନାଳ ମଝି ମଝିରେ ନିର୍ମାଣ ହେଇଛି ତ କେଉଁଠି ବନ୍ଦ ପଡିଛି l ଯୁଆଡେ ଦେଖିବ ନର୍ଦମା ପାଣି ନିଷ୍କାସିତ ହୋଇନପାରି ଜମା ହୋଇ ରହି ଦୁର୍ଗନ୍ଧମୟ ପରିସ୍ଥିତି ହେଉଛି l ଯାହାକି ମଶା ମାଛି ଙ୍କର ବଂଶ ବିସ୍ତାର ର ଉତ୍ତମ ସ୍ଥଳ ପାଲଟିଛି l ରାସ୍ତାରେ ଯୁଆଡେ ଦେଖିବ ପାଣି ପାଇପ୍ ଫାଟିଛି ଓ ରାସ୍ତାରେ ବୋହୁଛି ପାଣି l ବାରମ୍ବାର ଜନସ୍ୱାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀ ତଥା ଜିଲ୍ଲା ପ୍ରଶାସନଙ୍କୁ ଅଭିଯୋଗ କରାଗଲେ ମଧ୍ୟ କିଛି ଆଖିଦୃଶିଆ ସମାଧାନ ହୋଇପାରୁନଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବିଜେପିର ପୁର୍ବତନ ଯୁବ ସଭାପତି ସୂର୍ଯ୍ୟ ପାଣିଗ୍ରାହୀ ଗୁରୁତର ଅଭିଯୋଗ ଆଣିଛନ୍ତି।
ବିଭିନ୍ନ ସ୍ଥାନ ରେ ଜଳଯୋଗାଣ ପାଇଁ ବିଛାଯାଇଥିବା ପାଣି ପାଇବ ଫାଟି ରାସ୍ତା ର ଉଭୟ ପାର୍ଶ୍ୱ ରେ କାଦୁଅ ଚାଷ ଜମି ପରି ଅବସ୍ଥା ସୃଷ୍ଟି ହୋଇଛି, ଯଦ୍ୱାରା ଦୁଇ ଚକିଆ ଠୁ ଆରମ୍ଭ କରି ବଡ଼ ଯାନବାହାନ ମଧ୍ୟ୍ୟ ଅଡୁଆରେ ପଡି ଯାଉଛନ୍ତି l ସ୍କୁଲ କଲେଜକୁ ଯାତାୟାତ କରୁଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଆଜିଯାଏ ଗୋବିନ୍ଦତୋଳା ମାରୁତି ନଗର (ଡ୍ରାଇଭର କଲୋନୀ)କୁ ପ୍ରଶାସନର ବି ନଜର ପଡିବା କଥା।ତାହାବି ପଡୁନି।ଯେମିତି ସମସ୍ତେ ନୀରବ। ନିୟମିତ ଭାବରେ ବିଭିନ୍ନ ବ୍ୟକ୍ତି ଙ୍କ ଦ୍ୱାରା ଏହି ସାଙ୍ଘାତିକ ସମସ୍ୟା ବିଷୟରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ୍ୟ ପ୍ରତିଶୃତି ପାଣିର ଗାର ହୋଇଯାଇଛି,କିନ୍ତୁ କାହିଁକି କାହା ପାଖରେ ଏହାର ଉତ୍ତର ନାହିଁ।ବର୍ତ୍ତମାନ ଏହା କେବଳ ଗୋବିନ୍ଦତୋଲା ପାଇଁ ସମସ୍ୟା ପାଲଟି ନାହିଁ ବରଂ ୫ଟି ସଚିବ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ସ୍ୱଚ୍ଛତା ନାମରେ ୫ ଟି କାମ କରୁନଥିବା ନେଇ ସମ୍ବଲପୁରର ଦ୍ୱାର ଦେଶ ପ୍ରମାଣିତ କରୁଥିବାରୁ ବିଜେଡିର ଲୋକଦେଖାଣିଆ ସ୍ୱଚ୍ଛତାକୁ ବିଜେଡିର ନେତା ଓ କର୍ମୀ କିଭଳି ସହିପାରୁଛନ୍ତି ତାହାହିଁ ସମ୍ବଲପୁର ପ୍ରଗତିର ଅସଲ ଚିତ୍ର ବୋଲି ଚର୍ଚା ଯୋର ଧରିଛି। ସେପଟେ ଦୂର୍ଗାପୂଜା ପୁର୍ବରୁ ରାସ୍ତା କାମ ନହେଲେ, ସୀମା ଟପିଲେ ଯାହା ହୁଏ ତାହା ଦେଖାଇବାକୁ ବାଧ୍ୟ ହେବେ ସମ୍ବଲପୁର ଜନତା।ଏଭଳି ମାନସିକ ନିଷ୍ପତ୍ତିରେ ପହଞ୍ଚିଥିବା ଜନତାଙ୍କୁ ୫ ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ତୁରନ୍ତ କାମ ନକଲେ ବିଜେଡି ଗର୍ବର ପରିଚୟ ପ୍ରଶାସନିକ ଯନ୍ତ୍ରଣାରେ ପ୍ରତିଫଳିତ ହେବାର ସମ୍ଭାବନା ଥିବା ନେଇ ଦୂର ଦ୍ରଷ୍ଟା ଚେତେଇ ଦେଇଛନ୍ତି।