Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାସାୟୀ ପେଣ୍ଠ ରେ ତାଲା ଭାଙ୍ଗି ଚୋରି ଥାନାରେ ମାମଲା।

ଗୋପାଳପୁର,୨୫/୦୯ ଗୋଳନ୍ଥରା ଥାନା ଅନ୍ତର୍ଗତ ମହସାୟୀ ପେଣ୍ଠ ଗ୍ରାମରେ ରବିବାର ରାତିରେ ଘରେ ଶୋଇଥିବା ସମୟରେ ଚୋର ମାନେ ସୁନା ଅଳଙ୍କାର ସହ ଲକ୍ଷାଧିକ ନଗଦଟଙ୍କା ଚୋରୀ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ମହସାୟୀ ପେଣ୍ଠ ଗ୍ରାମ ର ନିରଞ୍ଜନ ପାତ୍ର, ଗତ ୨୪ତାରିଖ ରାତ୍ର ନିଜ ଘରେ ଶୋଇଥିବା ସମୟରେ ଚୋର ମାନେ ବାରିପଟୁ କବାଟ ଭାଙ୍ଗି ଘରେ ପଶି ଆଲମିରାରୁ ନଗଦ ୨ଲକ୍ଷ ଟଙ୍କା ସହ ପ୍ୟାଣ୍ଟ ପକେଟ ରେ ଥିବା ୭୭ହଜାର ଟଙ୍କା ସହ ୧୯ ଗ୍ରାମ ଓଜନର ସୁନାମୁଦି, ସୁନା ଚ୍ୟାନ୍, ଲୁଗାପଟା ସହ ଅନ୍ୟାନ୍ୟ ଆସବାବ ପତ୍ର ଚୋରୀ କରିଥିବା ଅଭିଯୋଗ କରିଛନ୍ତି। ସକାଳୁ ଘରେ ଥିବା ଜିନିଷ ପତ୍ର ଏଣେ ତେଣେ ପଡ଼ିଥିବା ଦେଖି ଚୋରି ହେବା ନେଇ ଗୋଳନ୍ଥରା ଥାନାରେ ନିରଞ୍ଜନ ଲିଖିତ ଅଭିଯୋଗ କରିଥିଲେ। ଏହା ସହ ପଡୋଶୀ ରେ ରହୁଥିବା ନିରଞ୍ଜନଙ୍କ ବଡ଼ଭାଇ ଙ୍କ ଘରୁ ମଧ୍ୟ ଲୁଗାପଟା ସହ ଅନ୍ୟ ସାମଗ୍ରୀ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି ।ଅଭିଯୋଗ କୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories