Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତାତଳି ସରପଞ୍ଚ ଜ୍ବାଇଁ ସଂଘବୋଧ ଆକ୍ରମଣ ଘଟଣାରେ ଫେରାର ଆସାମୀ ଗିରଫ।

ଗୋପାଳପୁର,୨୫/୦୯ ଗତ ଜୁଲାଇ ୪ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗାଁରେ ସରପଞ୍ଚ ଏ. ରଙ୍ଗା ରାଓଙ୍କ ଜ୍ବାଇଁ ପୁଅ ଏସ. କାମେଶଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଫେରାର ଥିବା ଅଭିଯୁକ୍ତକୁ ଆଜି ଗୋଳନ୍ଥରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି l ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଉକ୍ତ ଗ୍ରାମର ଟି. ଦେବରାଜ ବୋଲି ଜଣାପଡିଛି l ସୂଚନା ଅନୁଯାଇ ଗତ ଜୁଲାଇ ୪ ତାରିଖରେ ରାଜନୈତିକ ଉଦ୍ଦେଶ୍ୟ ରଖି ଗୋଟେ ଗୋଷ୍ଠୀର ୨0ଳ୦ରୁ ଉର୍ଦ୍ଧ ବ୍ୟକ୍ତି ବିଭିନ୍ନ ମରଣାସ୍ତ୍ର ଧରି କାମେଶୁଙ୍କୁ ଆକ୍ରମଣ କରିଥିଲେ ଏବଂ ସେ ଗୁରୁତର ଆହତ ହୋଇଥିଲେ l ଏ ନେଇ କାମେଶୁଙ୍କ ପତ୍ନୀ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନା କେଶ ନଂ ୩୦୭/୨୩ରେ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୧୬ରୁ ଉର୍ଦ୍ଧ ସମ୍ପୃକ୍ତ ଅଭିଯୁକ୍ତ ଫେରାର ରହିଥିଲେ l ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ଦେବରାଜ ବିଦେଶ ଯିବା ପାଇଁ ଇଚ୍ଛାପୁରରୁ ବିଶାଖାପାଟଣା ଏୟାର ପୋର୍ଟକୁ ଆଜି ଭୋର ସମୟରେ ଯାଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ବିବେକାନନ୍ଦ ମହନ୍ତ ରାସ୍ତାରେ ଦେବରାଜକୁ କାବୁ କରିବା ସହ ଗିରଫ କରିଥିଲେ l ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ଆଇଆଇସି ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories