ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ଭର୍ଦ୍ଧନା


ଗୋପାଳପୁର ୨୫/୯ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଜୁ ପଟ୍ଟନାୟକ ଓଡିଟୋରିୟମ ଠାରେ ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀଙ୍କ ଅଧକ୍ଷତରେ ଆଜି ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, କ୍ରୀଡ଼ା, ମେସ ଖାଇବା, ହଷ୍ଟେଲ ରହଣି, ଲାଇବ୍ରେରୀ, ଗବେଷଣା ଓ ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ପ୍ରତିଶୃତି ଦେଇଥିଲେ l ଏହି ଅବସରରେ ଛାତ୍ର କଲ୍ୟାଣ ନିର୍ଦ୍ଧେଶକ ପ୍ରଫେସର ଗଣେଶ ସେଠୀ ଅତିଥି ପରିଚୟ ପ୍ରଦାନ କରିବା ସହ ଛାତ୍ର, ଛାତ୍ରୀ ମାନଙ୍କୁ ନିୟମିତ କ୍ଲାସ କରିବା, ଛାତ୍ର, ଛାତ୍ରୀଙ୍କ ଶିକ୍ଷାବୃତ୍ତି ଯୋଜନା ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମୂହ ହଷ୍ଟେଲର ୱାର୍ଡେନ ପ୍ରଫେସର ସୁଧାକର ପାତ୍ର ନବାଗତ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ବିଭାଗ, ଲାଇବ୍ରେରୀ, କ୍ରୀଡ଼ା ପରିଷଦ,ସ୍ୱାସ୍ଥ୍ୟ କେନ୍ଦ୍ର, ଏଣ୍ଟିରେଗିଙ୍ଗ ସେଲ, ନିର୍ଭୟା ସ୍କ୍ୱାଡ଼, ଅଭିଯୋଗ ପ୍ରକୋଷ୍ଠ ଆଦି ଉପରେ ବୁଝାଇଥିଲେ l ସହ ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟବ୍ରତ ପାତ୍ର ଶିକ୍ଷା ବର୍ଷର ସାରଣୀ, ପରୀକ୍ଷା, ପରୀକ୍ଷା ଫଳ ଉପରେ ଅବଗତ କରାଇଥିଲେ l ସିଡିସି ନିର୍ଦ୍ଧେଶକ ଛାତ୍ର, ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜ୍ଞାନ ବିଭାଗର ଅଧିକ ଜ୍ଞାନ କୌଶଳ ପାଇଁ ବିଜ୍ଞାନ ଗାରାର କାର୍ଯ୍ୟକ୍ରମକୁ ଆଲୋକପାତ କରିଥିଲେ l ଜାତୀୟ ସେବା ଯୋଜନାର ସଂଯୋଜକ ଡ଼. ଜୟନ୍ତ କୁମାର ପଣ୍ଡା ଏନ ଏସ ଏସ ର କାର୍ଯ୍ୟାବଳୀ, ସେବା ଦ୍ୱାରା ଉପକୃତ ହୋଉଥିବା ଛାତ୍ରଛାତ୍ରୀ ମାନେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାରେ ଭାଗ ନେଇ ସଫଳତା କରିଥିବା ଛାତ୍ର,ଛାତ୍ରୀଙ୍କ ଆଗାମୀ ଦିନରେ ଶିକ୍ଷା ଓ ନିଯୁକ୍ତି ଦିଗରେ ସହାୟତା ହୋଇଥିବା କହିବା ସହ ସ୍ୱାସ୍ଥ୍ୟ, ଶିକ୍ଷା ଓ ସେବାକୁ ଦୃଷ୍ଟିରେ ରଖି ଏନ ଏସ ଏସ ଯୋଗ ଦେବା ପାଇଁ ପରାମର୍ଶ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମର ଟେଲି ଫିଲ୍ମ ଦେଖାଇଥିଲେ l ଶେଷରେ ଡେପୁଟି ୱାଡେନ ସଶ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ୨୦୨୪-୨୫ ଶିକ୍ଷା ବର୍ଷର ପ୍ରାୟ ୭ ଶହରୁ ଉର୍ଦ୍ଧ ଛାତ୍ର, ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l ଏଥିରେ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ, ଡ଼. ଲକ୍ଷ୍ମୀଧର ରାଉତ, ଡ଼. ଶଙ୍କର୍ଷଣ ମଲ୍ଲିକ, ଶକ୍ତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଜୁପିଟର ଶତପଥୀ,କାଁହୁ ଚରଣ, ଶ୍ରୀତାଂଶୁ, ଜ୍ୟୋତି ନାହାକ, ବିଶ୍ଵ ଭୂଷଣ ପରିଚାଳନାରେ ସହଯୋଗ କରିଥିଲେ l