Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚରେ କିଏ କରିବ ଓପନିଂ ? ଦଳକୁ ଫେରୁଛନ୍ତି ଏହିସବୁ ଖେଳାଳି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ଏହି ମ୍ୟାଚ୍ ପାଇଁ ଓପନର ଶୁଭମନ ଗିଲକୁ ବିଶ୍ରାମ ଦିଆଯାଇଛି। ଋତୁରାଜ ଗାଏକଓ୍ଵାଡଙ୍କୁ ଏସୀୟ କ୍ରୀଡ଼ା ପାଇଁ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଚୟନ କରାଯାଇଥିଲା। ତେଣୁ ତୃତୀୟ ଦିନିକିଆରେ ସେ ଦଳରେ ଉପଲବ୍ଧ ରହିବେ ନାହିଁ। ତେଣୁ ଆସନ୍ତାକାଲି ମ୍ୟାଚରେ କିଏ ଓପନିଂ କରିବ ତାହା ବଡ଼ ପ୍ରଶ୍ନ। ଅଧିନାୟକ ରୋହିତ ଶର୍ମା ଦଳକୁ ଫେରୁଥିବା ବେଳେ ତାଙ୍କ ସହିତ କିଏ ଓପନିଂ କରିବ ତାହା ଦେଖିବା ବାକି ରହିଲା।

ପିଟିଆଇ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କ ସହିତ ଇଶାନ କିଷନ ଓପନିଂ କରିବେ, ଯିଏ ଏହି ସିରିଜରେ ନମ୍ବର ୫ରେ ଖେଳୁଛନ୍ତି। ଇଶାନଙ୍କୁ ଯେବେ ସୁଯୋଗ ମିଳିଛି ସେ ଓପନିଂ ପାଇଁ ସର୍ବଦା ପ୍ରସ୍ତୁତ ଥାଆନ୍ତି। ଏସିଆ କପ୍ ଫାଇନାଲରେ ସେ ସେ ଶୁଭମନଙ୍କ ସହ ଓପନିଂ କରିଥିଲେ।

ରାଜକୋଟରେ ଖେଳା ଯିବାକୁ ଥିବା ଏହି ମ୍ୟାଚରେ ଯଶପ୍ରୀତ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନ ନେବେ ବୁମରା। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଶାର୍ଦ୍ଦୁଳ ଠାକୁରଙ୍କ ଜାଗାରେ ଖେଳୁଥିବା ନଜର ଆସିବେ। ହାର୍ଦ୍ଦିକ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳର ଅଂଶ ନ ଥିଲେ। କୁଲଦୀପ ଯାଦବ ମଧ୍ୟ ଶେଷ ଦିନିକିଆରେ ଖେଳି ପାରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ