Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନବେଡାରେ ପୋଷଣ ମାସ ଉତ୍ସବ ପାଳନ

ସୁନାବେଡା ,୨୫/୦୯/୨୩ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦ ଅନ୍ତର୍ଗତ ସୁନାବେଡ଼ା ରେ ଥିବା ସିଡିପିଓ ଅଫିସ ରେ ଆଇ.ସି.ଡି.ଏସ ବିଭାଗ ପକ୍ଷରୁ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ ଉତ୍ସବ ୨୦୨୩ ପାଳିତ କରାଯାଇଛି।ଏହି ପୋଷଣ ମାସ କାର୍ଯ୍ୟକ୍ରମ ରେ ସୁନାବେଡା ସେକ୍ଟର ର ୮୫ ଜଣ ଅଙ୍ଗନବାଡ଼ି କର୍ମୀ ଓ ସେକ୍ଟରର ସୁପରଭାଇଜର ମୋନାଲିସା ଖେମୁଣ୍ଡୁ ଉପସ୍ଥିତ ଥିଲେ । ସୁନାବେଡା ସିଡିପିଓ ନଳିନୀ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ର ନଗରପାଳ ଡଃ ରାଜେନ୍ଦ୍ର ପାତ୍ର , ସମ୍ମାନୀୟ ଅତିଥି ଭାବେ ଡ଼ା. ଦେଵବ୍ରତ ସାମଲ ଶ୍ରୀ ଜଗନ୍ନାଥ ଙ୍କ ଫୋଟ ରେ ପୁଷ୍ପ ମାଲ୍ଯ ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥଲେ । ସିଡିପିଓ ନଳିନୀ ବେହେରା ପୋଷଣର ପଞ୍ଚସୂତ୍ର ବିଷୟରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟ ପ୍ରଦର୍ଶନ କରି ମା’ ମାନଙ୍କୁ ଏହାର ମହତ୍ତ୍ଵ ବିଷୟରେ ବୁଝାଇଥିଲେ। ଏଥି ସହିତ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକ୍ରମ ଯଥା ଗର୍ଭବତୀ ଓ ପ୍ରସୂତି ତଥା ଶିଶୁ ମାନଙ୍କୁ କିପରି ଯତ୍ନ ନେବେ ସେ ବିଷୟରେ ବୁଝାଇଥିଲେ ।ବିଭିନ୍ନ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ତୁରନ୍ତ ଆଙ୍ଗନ ବାଡ଼ି କର୍ମିଚାରୀଙ୍କ ଦୋର୍ମା ବୃଦ୍ଧିକୁ ନେଇ ରାଜ୍ୟ ଏଵଂ କେନ୍ଦ୍ର ସରକାର ପାଖୋରେ ଗୁହାରି କୋରିଛନ୍ତି,ଏହି କାର୍ଯ୍ୟକ୍ରମ ରେ ଶାଶ୍ବତୀ ମହିଳା ମହାସଂଘର କର୍ମୀ ଓ ୫ ନଂ ୱାର୍ଡର କାଉନସିଲର ମନୋଜ ସୁନା ଓ ୧୬ନଂ ୱାର୍ଡର କାଉନସିଲର ରବୀନ୍ଦ୍ର ପ୍ରଧାନ ଏବଂ ଅନ୍ୟ କାଉନସିଲର ମାନେ ଉପସ୍ଥିତ ଥିଲେ ।ଶେଷରେ ସୁପରଭାଇଜର ମୋନାଲିସା ଖେମୁଣ୍ଡୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶାନ୍ତି ପୂର୍ଣ୍ଣ ଭାବେ ଶେଷ କରିଥିଲ
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ