Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ମେରା ମିଟ୍ଟୀ ମେରା ଦେଶ କାର୍ଯ୍ୟକ୍ରମ

ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ନିର୍ମାଣ ହେବାକୁ ଥିବା ଅମୃତ ଉଦ୍ୟାନ ପାଇଁ ବିଜେପି ତରଫରୁ ମେରା ମିଟ୍ଟୀ ମେରା ଦେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମରେ ଦେଶର ପ୍ରତ୍ୟେକ ଗ୍ରାମ ଓ ସହରରୁ ମାଟି ସଂଗ୍ରହ କରି ରାଜଧାନୀକୁ ପଠାଇବାର ଯୋଜନା ରହିଛି।ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସୋନପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ତରଭାରେ ଏହି କାର୍ଯ୍ୟକ୍ରମ କରିଛନ୍ତି।ବିଜେପି କର୍ମୀମାନେ ଅପରାହ୍ନ ୨.୩୦ରେ ପେଟ୍ରୋଲ ପମ୍ପ ସମ୍ମୁଖରୁ ହାତରେ ଜାତୀୟ ପତାକା ଧରି ସହରର ନୁଆଁପଡା,ଶିବଶଙ୍କର ପଡା, ହାଟପଦାପଡା,ଦୁର୍ଗାମଣ୍ଡପ ଛକ,ଡାକ୍ତରଖାନା,ପୋଲିସ ଥାନା,ମାରୱାଡିପଡା, ସୁନାରୀପଡା,ମେହେରପଡା,ରଥପଡା ପରିକ୍ରମା କରିଥିଲେ।ସହର ପରିକ୍ରମା ସମୟରେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଘର ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରୁ ମାଟି ମାଗି କଳସରେ ସଂଗ୍ରହ କରିଥିଲେ।ସନ୍ଧ୍ୟାରେ ସ୍ଥାନୀୟ ଗଙ୍ଗାଧର ମେହେର ପାର୍କରେ ସମସ୍ତେ ଏକଜୁଟ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଶପଥ ନେଇଥିଲେ।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ମହଲା,ରାମନାରାୟଣ ବେଜ, ପୁରୁଷୋତ୍ତମ ମେହେର, ସୁବାଷ ଚନ୍ଦ୍ର ସାହୁ, ମୁଚୁରାମ ମେଣ୍ଡିଲି, କଲ୍ୟାଣ ନାଏକ, ମନୋଜ ନାଏକ, ହେମକାନ୍ତ ବିଶି, ପବିତ୍ର ଚୌହାନ, ରଞ୍ଜିତ, ମହେଶ ନାଏକ, ଚନ୍ଦ୍ର ନାଏକ, ବଣ୍ଟି ଖାନ ପ୍ରମୁଖ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ