Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଙ୍ଗିଲା ୫ଟି ରୁପାନ୍ତରିକରଣ ଉଚ୍ଚ ବିଦ୍ୟାଳୟ ସ୍ୱଚ୍ଛତା କୁ ନେଇ ପ୍ରଶ୍ନ ଉଠାଇଲେ ଛାତ୍ରଛାତ୍ରୀ ଅଭିଭାବକ

ଭବାନୀପାଟଣା, ୨୭/୦୯ (ଜଗନ୍ନାଥ ନାଏକ) : ରାଜ୍ୟ ସରକାର ୫ଟି ଶାସନ ମାଧ୍ୟମରେ ସ୍ୱଚ୍ଛ ଶାସନ ସହ ଉତମ ମାନର ସେବା ଯୋଗାଇ ଦେଉଥିବା ଟିଣ୍ଡିମ ପିଟୁଛନ୍ତି ହେଲେ ୫ଟି ଅଧିନରେ ହେଉଥିବା ସ୍କୁଲ ରୁପାନ୍ତରିକରଣ କାମ ନିମ୍ନ ମାନର ହେବା ଯୋଗୁଁ ଛାତରୁ ପାଣି ଗଳିବା ସହ ସିଲିଂ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ରୁ ଦେଖିବା ଏହି ରିପୋର୍ଟ ।
କଲମପୁର ବ୍ଲକ ବିଜମରା ପଂଚାୟତର ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟକୁ ୫ଟି ରେ ସାମିଲ କରି ରୁପାନ୍ତରିକରଣ କରାଯାଇ ସ୍ମାର୍ଟ କ୍ଲାସ ରୁମ ତିଆରି ହୋଇଥିଲା । ତେବେ ଗତ ଶନିବାର ଦିନ ବିଦ୍ୟାଳୟ ଖୋଲିଲା ପରେ ସ୍ମାର୍ଟ କ୍ଲାସ ରୁମର ସିଲିଂ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ତେବେ ଏକ ନିଶ୍ଚିତ ବିପଦରୁ ରକ୍ଷା ପାଇଛନ୍ତି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ । ତେବେ ଏହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଶିକ୍ଷା ଗ୍ରହଣରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ଗତ ୨୦୨୧ ମସିହା ପ୍ରଥମ ପର୍ଯ୍ୟାୟରେ ଏହି ବିଦ୍ୟାଳୟ କୁ ୫ଟି ରେ ସାମିଲ କରାଯାଇ କାମ ହୋଇଥିଲା । ତେବେ ନିଯୁକ୍ତ ଠିକାଦାର ଅତି ତରବରିଆ ଭାବେ କାମ କରିବା ସହ ନିମ୍ନ ମାନର କାମ ଯୋଗୁଁ ବିଦ୍ୟାଳୟ ର ସିଲିଂ ଖସିଥିବା ଗ୍ରାମବାସୀ ଓ ଅଭିଭାବକ କହିଥିବା ବେଳେ ନିମ୍ନ ମାନର ଟାଇଲ୍ସ ସିମେଂଟ ଓ ପେଂଟ ବ୍ୟବହାର କରାଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସିଲିଂ ଖସି ପଡିଲା ପରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ଦିଆଯାଇଛି ବୋଲି କହିଥିବା ବେଳେ ଅନୁଧ୍ୟାନ ପାଇଁ ଆସିଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମନା କରିଥଲେ ।
୫ଟି ରେ ସାମିଲ କରି ସ୍ୱଚ୍ଛ ଶାସନ ସହିତ ଉନ୍ନତ ମାନର ବିଦ୍ୟାଳୟ ତିଆରି କରୁଥିବା ଟିଣ୍ଡିମ ପିଟୁଥିବା ବେଳେ ସିଲିଂ ଖସିବା ଘଟଣାରେ କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ