Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷରୁ ପ୍ରଥମ ବିଶ୍ବ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ପାଇଁ ପ୍ରସ୍ତୁତି

ନୂଆ ଦିଲ୍ଲୀ:ଓଡ଼ିଶା ଏକ ବିଶାଳ ଭାଷାଭିତ୍ତିକ ସଂସ୍କୃତି ସମ୍ପନ୍ନ, ଐତିହ୍ୟ ବିମଣ୍ଡିତ ସ୍ୱାଧୀନ ଭୂଖଣ୍ଡ l ଉଡ୍ର ଶବ୍ଦରୁ ନିଷ୍ପନ୍ନ ଉଭୟ ଓଡ଼ିଶା ଓ ଓଡ଼ିଆ ଶବ୍ଦ ଦୁଇଟି ଆମ ସ୍ୱାଭିମାନ ଓ ଅସ୍ମିତାର ପ୍ରଥମ ପରିଚୟ l ଓଡ଼ିଶା ହେଉଛି ସ୍ୱାଧୀନତୋତ୍ତର ଭାରତବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ l ପ୍ରାକ୍-ସ୍ୱାଧୀନତା କାଳରେ ୧୯୩୬ ମସିହା ଅପ୍ରେଲ୍ ୧ ତାରିଖର ଏକ ଶୁଭଲଗ୍ନରେ ଓଡ଼ିଶା ତା’ର ପୂର୍ବ ଗୌରବ ଓ ଅସ୍ମିତା ଫେରି ପାଇଥିଲା ଏବଂ ଅତୀତର ବିଖଣ୍ଡିତ ଓଡ଼ିଶାରେ ଅନେକାଂଶରେ ଭାଷାଭିତ୍ତିକ ପ୍ରଦେଶର ସ୍ୱର୍ଣ୍ଣିମ ମାନ୍ୟତା ଲାଭ କରିଥିଲା l ସ୍ୱତନ୍ତ୍ର ପ୍ରଦେଶ ଗଠନର ଇତି ମଧ୍ୟରେ ତେୟାଅଶୀ ବର୍ଷ ଅତିକ୍ରମ ହୋଇ ସାରିଲାଣି l ମାତ୍ର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଭଳି ବିକଶିତ ହେବା କଥା, ନିଜର ସ୍ୱତନ୍ତ୍ରତା ବିଶ୍ୱ ସମୁଦାୟଙ୍କ ଆଗରେ ଉପସ୍ଥାପନ କରିବା କଥା, ତାହା ବିଭିନ୍ନ କାରଣରୁ ଏ ଯାବତ୍ ସମ୍ଭବ ହୋଇପାରିଲା ନାହିଁ l ଏହି ସ୍ଥବିରତାର ଏକମାତ୍ର କାରଣ : ଆମ ମାନଙ୍କ ମନରେ ଏକତାର ଓ ମାତୃଭୂମି ମାତୃଭାଷା ପ୍ରତି ପ୍ରେମ ର ଅଭାବ l
ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାଭାଷୀଙ୍କ ମନ, ପ୍ରାଣ, ହୃଦୟ ଓ ଅନ୍ତଃକରଣରେ ଓଡ଼ିଆ ଅସ୍ମିତା ତଥା ସ୍ୱାଭିମାନ ସୃଷ୍ଟି ଅଭିଳାଷରୁ ଜନ୍ମ ନେଇଥିଲା ‘ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ’ ତରଫରୁ ଆମ ଭାଷା, ସାହିତ୍ୟ, ସ୍ଥାପତ୍ୟ, ଚିତ୍ରକଳା, ନୃତ୍ୟ, ଗୀତ, ନାଟକର ଗୁଣାତ୍ମକ ବିକାଶ ସହ ଓଡ଼ିଶାର ସାମଗ୍ରିକ ସମୃଦ୍ଧି ଓ ଉତ୍ଥାନ କୁ ପ ଭାରତ ଭିତରେ ଓ ବାହାରେ ପ୍ରବାସୀ ରୂପେ ଅବସ୍ଥାନ କରୁଥିବା ଓଡ଼ିଆଭାଷୀଙ୍କ ସମେତ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଭାଷାଗତ ଏକତା ସୂତ୍ରରେ ଏକତ୍ର କରିବା, ସେମାନଙ୍କ ମନରେ ଓଡ଼ିଆ ସ୍ୱାଭିମାନର ସ୍ୱର୍ଣ୍ଣିମ ସୁଷମା ଭରିଦେବା ଏବଂ ଓଡ଼ିଶାର ଭୂୟୋ ବିକାଶ ପାଇଁ ପ୍ରତିବଦ୍ଧତାର ସହ ପ୍ରୟାସ କରିବା ପ୍ରଥମ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ବହୁ ଓଡ଼ିଆ ସଂଗଠନ ସହୋଯୋଗରେ ନୂଆ ଦିଲ୍ଲୀ ଠାରେ ମହା ସମାରୋହରେ ଅୟୋଜନ କରିବା ନିମନ୍ତେ ପଞ୍ଚମ ପ୍ରସ୍ତୁତି ବୈଠକ ହଜ ଖସ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମିଳନୀ ପ୍ରକୋଷ୍ଠରେ ପ୍ରତିଷ୍ଠାନ ର ମୁଖ୍ୟ ସଂଯୋଜକ ତଥା ବିଶିଷ୍ଟ ସଂଗଠକ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ସମ୍ମିଳନୀର ସଫଳତା ନିମନ୍ତେ ଆଲୋଚନା ହୋଇଯାଇଛି। ସମ୍ମିଳନୀ ରେ ସାରା ବିଶ୍ବ ରୁ ପାଞ୍ଚ ହଜାର ପ୍ରତିନିଧି ଯୋଗଦେବା ସହ ସମସ୍ତ ପ୍ରକାର ସୁ ବନ୍ଦୋବସ୍ତ ସହ ଓଡ଼ିଶା ର ସାମୁହିକ ବିକାଶ, ଓଡ଼ିଶାର ସଂସ୍କୃତି, ପରମ୍ପରା, ଖାଦ୍ୟ, ପର୍ଯ୍ୟଟନ ଇତ୍ୟାଦି ବିଷୟ ଉପରେ ଆଲୋଚନା ସହ ଏକ ସ୍ମରଣିକା ପ୍ରକାଶ କରାଯିବ। ସଭ୍ୟ ସଂଗ୍ରହ ସହ ବିଭିନ୍ନ ପ୍ରାନ୍ତରୁ ଓଡ଼ିଆ ସଂଗଠନ ଓ ଓଡ଼ିଆ ପ୍ରେମୀ ମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯିବା।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡା ଯିବା ସହ ପ୍ରବାସୀ ଓଡ଼ିଆ ସଂଗଠନ ମାନଙ୍କୁ ନିମନ୍ତ୍ରଣ କରାଯିବ।ପ୍ରସ୍ତୁତି ବୈଠକରେ ବିଶ୍ଵ ଓଡ଼ିଆ ସଂଗଠନ ର ସଭାପତି ଶ୍ରୀ କିଶୋର ଦିୱେଦି ,ଉଦୟ ଇଣ୍ଡିଆ ମୁଖ୍ୟ ଶ୍ରୀ ଦୀପକ କୁମାର ରଥ, ବରିଷ୍ଟ ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା, ସଂଗଠୀକ। ଶ୍ରୀମତୀ ରିତା ପାତ୍ର, ସହିଦ। ତୟବ, ମସୁମୁସୂଜ ଜମାନ,ମନସ୍ମିତା ଯେନା, ତପସ୍ପିନି ନାୟକ,କାବେରୀ ବେହେରା, ଶ୍ରୀ ଉମାକାନ୍ତ ଦାସ, ରଶ୍ମିତା ସାବତ, ସଂଯୁକ୍ତା ପାତ୍ର, ଶଙ୍କର୍ଷଣ ପାଢ଼ୀ, କୃଷ୍ଣ ଚନ୍ଦ୍ର ସାବତ, ରାଜେଶ ପ୍ରଧାନ, ମହେଶ୍ୱର ପରିଡ଼ା, ସନ୍ତୋଷ କୁମାର ଦାସ, ଗିରିଧର ନାୟକ, ଶ୍ରୀକାନ୍ତ ସାବତ, ସ୍ମିତା ଦାସ, ଅର୍ଚ୍ଚନା ପରିଡ଼ା ,ଉମେଶ ସାହୁ ସମେତ ବହୁ ସଂଗଠକ , ବୁଦ୍ଧିଜୀବୀ ସଦସ୍ୟ ସଦସ୍ୟା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଦିଲ୍ଲୀ ଶାଖା ସଂଯୋଜୋଗ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ୍ ପ୍ରଦାନ କରିବା ସହ ସାହୋଜୋଗ କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ