ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନିକଟରେ ବସିଲେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଛାତ୍ରୀଛାତ୍ର

ଭବାନୀପାଟଣା, ୨୭/୦୯ (ଜଗନ୍ନାଥ ନାଏକ) : ନୁଆ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପ ଠାରେ “ଜି-୨୦ ୟୁନିଭର୍ସିଟି କନେକ୍ଟ” କାର୍ଯ୍ୟକ୍ରମ ଗତ କାଲି ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଅଧ୍ୟାପକ ଡା.ଜୟଦେବ ସାହୁଙ୍କ ସମେତ ଛାତ୍ର ସତ୍ୟବ୍ରତ, ଶୁଭମ ଓ ଛାତ୍ରୀ ଶୁଭଶ୍ରୀ ଓ ସ୍ପର୍ଶ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଉକ୍ତ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ବସିବାର ସୁଯୋଗ ପାଇଥିଲେ। ବିଭିନ୍ନ ଗଣମାଧ୍ୟମରେ ଏହାର ଫୋଟୋ ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଆମ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନିକଟରେ ବସିବା ଏକ ଗୌରବର ବିଷୟ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଏବଂ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଭଗଣେଇଥିଲେ ।