Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ରେ ଘୁମୁସର କ୍ରିୟାନୁଷ୍ଟାନ କମିଟି ବୈଠକ ।

ବେଲଗୁଣ୍ଠା-‌ ୨୭/୯-ବେଲଗୁଣ୍ଠା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗୃହରେ ଘୁମୁସର ଜିଲ୍ଲା ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ଜିଲ୍ଲା ଆନ୍ଦୋଳନ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକଙ୍କ ସଭାପତିତ୍ବ ରେ ହୋଇଥିବା ଏହି ବୈଠକରେ ରାଜ୍ୟ ସ୍ତରରେ ଘୁମୁସର ଜିଲ୍ଲା ଆନ୍ଦୋଳନକୁ ବ୍ୟାପକ କରି ସଫଳ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।ଏହି ଆନ୍ଦୋଳନରେ ସୁତ୍ରପାତ ୧୯୯୩ ରୁ ଆରମ୍ଭ ହୋଇଛି ଏବଂ ବର୍ତମାନ ଏହି ସଂଗ୍ରାମ ଚାଲୁ ରହିଥିଲେ ମଧ୍ୟ ସରକାରଙ୍କ ଅଣଦେଖା ଘୁମୁସର ପରି ଗୋଟିଏ ଉତ୍କୃଷ୍ଟ ଭିତ୍ତିଭୂମି ଥିବା ଅଞ୍ଚଳକୁ ଜିଲ୍ଲା ଘୋଷଣା କରିବାରେ ବିଳମ୍ବ ହେଉଛି ।ଏହି ଅବସରରେ ଶ୍ରୀ ନାୟକ ଘୁମୁସର ଜିଲ୍ଲା ଆନ୍ଦୋଳନର ଇତିହାସ ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ ।ଏହି ଆନ୍ଦୋଳନର ମୁଖ୍ୟ ପୁରୋଧାଙ୍କ ମଧ୍ୟରୁ କିଛି ସ୍ଵର୍ଗବାସ କରିଛନ୍ତି ଆଉ କିଛି ବର୍ତମାନ ପର୍ଯ୍ୟନ୍ତ ଏହାକୁ ଶାଣିତ କରି ସଂଗ୍ରାମ ଜାରି ରଖିଛନ୍ତି । ଏହାକୁ ଘୁମୁସର ଜିଲ୍ଲା ଆନ୍ଦୋଳନକୁ ଘୁମୁସର ଅଞ୍ଚଳର ବିଭିନ୍ନ ପଞ୍ଚାୟତ,ସହର ରେ ବାର୍ତ୍ତା ମାଧ୍ୟମରେ ପହଞ୍ଚାଇବାକୁ ଉପସ୍ଥିତ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ । ଭଞ୍ଜନଗର ଉପଖଣ୍ଡ ଏକ ବିରାଟ ଉପଖଣ୍ଡ ।ଏହା ଘୁମୁସର ଜିଲ୍ଲାରେ ପରିଣତ ହେଲେ ଅଞ୍ଚଳ ବାସୀ ବିଭିନ୍ନ ପ୍ରକାରର ସୁବିଧା ହାତପାଆନ୍ତାରେ ପାଇବେ ବୋଲି ଆଲୋଚନା ହୋଇଥିଲା ।ଏ ନେଇ ଆସନ୍ତା ଅକ୍ଟୋବର ୧୧ ତାରିଖରେ ଘୁମୁସର ଜିଲ୍ଲା ଗଠନ ଦାବି ନେଇ ବେଲଗୁଣ୍ଠା ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।ଆଜିର ଏହି ବୈଠକରେ ଶ୍ରୀ ନାୟକଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ ଉପସଭାପତି କୈଳାଶ ପାତ୍ର, ବେଲଗୁଣ୍ଠା ବଣିକ ସଂଘ ତଥା ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ସନ୍ନତ କୁମାର ସୁବୁଦ୍ଧି ଓ ସମ୍ପାଦକ କୈଳାଶ ମହାପାତ୍ର,ଘୁମୁସର ଚାମ୍ବର ଅଫ କମର୍ସ ସଭାପତି ତଥା ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ରୋଟାରୀ କ୍ଲବ ସହକାରୀ ପ୍ରାନ୍ତପାଳ ଭି.ଦେବୀ ପ୍ରସାଦ ପାତ୍ର,ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଉପସଭାପତି ପ୍ରଭାତ କୁମାର ସାହୁ,ନିଖିଳ ଉତ୍କଳ ଖଡୁରା ସଙ୍ଘ ବେଲଗୁଣ୍ଠା ସଭାପତି ସୁରେନ୍ଦ୍ର କୁମାର ନାୟକ,କବି ସମ୍ରାଟ ଅଟୋ ସଙ୍ଘ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ଦଳାଇ ଓ ବହୁ ସଦସ୍ୟ,ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଲେଙ୍କା, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି,ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସଦସ୍ୟ ଏବଂ ବହୁ ଘୁମୁସର ଜିଲ୍ଲା ଆନ୍ଦୋଳନ ସମର୍ଥକ ପ୍ରମୁଖ ଯୋଗ ଦେଇଥିଲେ । ଘୁମୁସର ଜିଲ୍ଲା କ୍ରିଆନୁଷ୍ଠାନ କମିଟିର ବେଲଗୁଣ୍ଠା ଶାଖା ଆବାହକ ରୂପେ ସର୍ବ ସମ୍ମତି କ୍ରମେ ବଣିକସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧିଙ୍କ ଦାଇତ୍ୱ ଦିଆଯାଇଛି । ଶେଷରେ ପ୍ରେସକ୍ଲବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ