Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଡକଲ ବରିଷ୍ଠ ପରିଚାଳକ କିରନଙ୍କ ଶରୀର ଦାନ

ସମ୍ବଲପୁର:ସାରା ଜୀବନ ଉତ୍ସର୍ଗିତ ସେବା କରି ଶେଷରେ ନିଜର ମୃତ୍ୟୁ ପରେବି ଶରୀର ଦାନ କରି ପୂଣ୍ୟାତ୍ମା ସାଉଁଟିବାରେ ବ୍ୟକ୍ତିତ୍ୱଙ୍କ ଅଭାବ ନାହିଁ । ଇଡକଲ କ୍ୱାଲିଟି କଣ୍ଟୋଲ ବିଭାଗରେ ସିନିଅର ମେନେଜର ଭାବେ କାମ କରୁଥିବା ଅବସର ପ୍ରାପ୍ତ କିରନ ଶଙ୍କର ପଟ୍ଟନାୟକଙ୍କ ଗତକାଲି ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁପରେ ସଂପୁର୍ଣ୍ଣ ଶରୀରକୁ ବୁର୍ଲା ଭିମସାର ଏନାଟୋମି(ଶରୀର ରଚନା)ବିଭାଗକୁ ସମର୍ପିତ କରିଛନ୍ତି। ଏଥିପାଇଁ ସେ ଗତ ୨୦୧୩ ସେପ୍ଟେମ୍ବର୍ ମାସ ୦୯ ତାରିଖରେ ସମ୍ବଲପୁର ସହରରେ ଥିବା ସର୍ବ ପୁରାତନ ସାମାଜିକ ଅନୁଷ୍ଠାନ ‘ଉତ୍ସର୍ଗ’ ସହିତ ଚୁକ୍ତି କରିଥିଲେ। ଏହି କ୍ରମରେ ମୃତ କିରନଙ୍କ ସର୍ବାଙ୍ଗ ଶରୀରକୁ ଆଜି ବୁର୍ଲା ଭିମସାର ଏନାଟୋମି ବିଭାଗକୁ ପ୍ରଦାନ କରାଯାଇଥିଲା।ଏହି ସମୟରେ ତାଙ୍କ ପୁତ୍ର ଚିନ୍ମୟ ପଟ୍ଟନାୟକ,ସଂପର୍କୀୟ ଅନିଶ ମହାନ୍ତି,ପ୍ରକାଶ ଦାଶ ଓ ଉତ୍ସର୍ଗର ରଜନୀ ନାଗ ଉପସ୍ଥିତ ରହିଥିଲେ।କିରନଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇବା ସହିତ ତାଙ୍କ ଏହି ମହାନ ଦାନକୁ ନେଇ ଉତ୍ସର୍ଗ ଅନୁଷ୍ଠାନ ତାଙ୍କ ନିକଟରେ ସାଲୁଟ ଜଣାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories