Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସାମାଜିକ ସୁରକ୍ଷା ଭତ୍ତା ୨୫୦୦ଟଙ୍କା ଦାବି

ଭବାନୀପାଟଣା, ୨୭/୦୯ (ଜଗନ୍ନାଥ ନାଇଲ) : “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଭବାନୀପାଟଣା ସହର ୱାର୍ଡ ନଂ- ୧୦ ଅନ୍ତର୍ଗତ ଓଡିଆ ବାଙ୍ଗଟି ପଡାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ, ବିଧବା ମାସିକ ଭତ୍ତା ୫୦୦ରୁ ୨୫୦୦ଟଙ୍କା ଏବଂ ଭିନ୍ନକ୍ଷମ, ୮୦ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ ମାସିକ ଭତ୍ତା ୭୦୦ରୁ ୩୦୦୦ଟଙ୍କା କରିବା ତଥା ସମସ୍ତ ବେସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରିବା ପାଇଁ ଓଡିଶା ସରକାର ନିକଟରେ ଦାବି ନିମନ୍ତେ ସଚେତନ କାର୍ଯ୍ୟକ୍ରମ ସହିତ ଦସ୍ତଖତ ଅଭିଯାନ ହୋଇଯାଇଛି। ପଣ୍ଡିଚେରୀରେ ୩୧୦୦, ତେଲେଙ୍ଗାନାରେ ୩୦୦୦, ହରିୟାଣାରେ ୨୭୫୦, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶରେ ୨୫୦୦ଟଙ୍କା ଓ ଅନ୍ଯାନ୍ଯ ଛୋଟ ରାଜ୍ଯମାନେ ବି ଓଡିଶାଠାରୁ ଅଧିକ ଟଙ୍କା ଭତ୍ତା ଦେଉଛନ୍ତି ବୋଲି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ସଭାରେ ଜଣେଇଥିଲେ। ଏତେ ମହଙ୍ଗା ଦୁନିଆରେ ସମସ୍ତଙ୍କ ପାଇଁ ସରକାର ବୁଝୁଛନ୍ତି ଏବଂ ଅନ୍ଯ ରାଜ୍ଯରେ ବି ଅଧିକା ଭତ୍ତା ଟଙ୍କା ପ୍ରଦାନ କରୁଛନ୍ତି କିନ୍ତୁ ଆମ ଗରିବ ମାନଙ୍କୁ ୫୦୦ଟଙ୍କା ଦେଇ ନବୀନ ସରକାର କାହିଁକି ଠକୁଛନ୍ତି ବୋଲି ବୁଢାବୁଢି ମାନେ ପ୍ରଶ୍ନ କରିଥିଲେ। ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିିଣତ କରିବା କହି ପାଖାପାଖି ୫୦ଜଣ ହିତାଧିକାରୀ ଦାବୀ ଫର୍ମରେ ଦସ୍ତଖତ କରିଥିଲେ । ସଂଗଠନର ସଭାପତି ସୁରେଶ ସଂଗ୍ରାମ, ନାରୀ ନେତ୍ରୀ କବିତା ରାଉତ, ଭତ୍ତାର ପାଇଁ ସଂଗଠନର ସଭାପତି ନିରୋଦ କୁମାର ରାଉତ, ଆଡଭାଇଜର୍ ଅବଦୁଲ ଅଜିଜ୍ ଖାନ୍ ଏବଂ ସୌମ୍ୟରଂଜନ କର ସାମିଲ ଥିଲେ। ସଂଗଠନରେ ନୂତନ ଭାବରେ ମଞ୍ଜୁଳା ମହାପାତ୍ର ସାମିଲ ହେଲେ।