Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ଓରିଏନଣ୍ଟେସନ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ୨୭.୦୯ ..ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ସ୍ଵେଚ୍ଛାସେବୀ ମାନଙ୍କ ପାଇଁ ଏକ ଓରିଏନଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରି ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଛାତ୍ରଛାତ୍ରୀମାନଙ୍କୁ ସର୍ବଦା ସେବା ମନୋବୃତ୍ତି ନେଇ କାମ କରିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ଜାତୀୟ ସେବା ଯୋଜନା ର ମହତ୍ତ୍ୱ ଉପରେ ବର୍ଣ୍ଣନା କରିଥିଲେ। ସେହିପରି ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୁର୍ଯ୍ଯୋଧନ ସାହୁ ଜାତୀୟ ସେବା ଯୋଜନା ସମ୍ପର୍କିତ ସମସ୍ତ ତଥ୍ୟ ଓ ମୁଖ୍ୟ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସଭାରେ ଯୁକ୍ତ ତିନି ବିଭାଗର ଇତିହାସ ଅଧ୍ୟାପକ ମଧୁସୂଦନ ସାହୁ ଏବଂ ଅଧ୍ୟାପିକା ତଥା ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରୀଣୀ ସନ୍ତୋଷିନୀ ଦାଶ, ଅଧ୍ୟାପିକା ମହିମା ରାଣୀ ରାଜୁ, ଜୟଶ୍ରୀ ପଟ୍ଟନାୟକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି ସଭାକୁ ଅଧ୍ୟାପକ ଦୁର୍ଯ୍ଯୋଧନ ସାହୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ